ଜିଲ୍ଲା ସ୍ତରୀୟ ଧାନସଂଗ୍ରହ କମିଟି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ କିଣା ପ୍ରସ୍ତୁତି ବୈଠକ ଆୟୋଜିତ ହୋଇ ଯାଇଛି।ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଜୀ ତିରୁପତି ରାଓ,ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ,ସାଂସଦ ପ୍ରତିନିଧି ଏସ ଲିଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ମଞ୍ଚା ସିନ ଥିଲେ।ଏହି ବୈଠକରେ ଗୋଶାଣୀ ବ୍ଳକ କାଶୀ ନଗର ଓ ପାରଳାଖେମୁଣ୍ଡି ଅଞ୍ଚଳର କୃଷକ ପ୍ରତିନିଧି ଓ କୃଷକ ସଂଘର ସଭାପତି ଓ ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ୪୮ ହଜାର ମେଟ୍ରିକ ଟନ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଆବଶ୍ୟକ ଅନୁଯାୟୀ ଟାର୍ଗେଟ ମଗାଯିବ ବୋଲି ସୂଚନା ରହିଛି।ଜିଲ୍ଲାର ୧୪. ୪୨୨ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୪୪ ଟି ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ହୋଇଛି।ତନ୍ମଧ୍ୟରେ ଏକର ପିଛା ଜଳସେଚିତ ଜମିରୁ ୧୯ କ୍ୟୁଣ୍ଟାଲ ଏବଂ ଅଣ ଜଳସେଚିତ ଜମିରୁ ୧୩ କ୍ୟୁଣ୍ଟାଲ ହିସାବରେ ଧାନ କିଣିବା ପାଇଁ ଡିସେମ୍ବର ୨୩ ତାରିଖ ରୁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି।ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ନୂଆ କ୍ରୟ ମୂଲ୍ୟ ସାଧାରଣ ଏଫ ଏକ୍ୟୁ ମାନର ଧାନ କ୍ୟୁଣ୍ଟାଲ ପିଛା ୨୦୪୦ ଟଙ୍କା ଏବଂ ଗ୍ରେଡ ଏ ଧାନର ମୂଲ୍ୟ କ୍ୟୁଣ୍ଟାଲ ପିଛା ୨୦୬୦ଟଙ୍କା ହିସାବରେ କିଣିବା ପାଇଁ ନିଷ୍ପତି ହୋଇଛି ବୈଠକରେ ଉପସ୍ଥିତ ସଦସ୍ୟ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ପୂର୍ବ ବର୍ଷ ଭଳି ଅସୁବିଧା ଯେପରି ଚଳିତ ବର୍ଷ ପୁନରାବୃତ୍ତି ନ ହୁଏ ।ସେଥିଲାଗି ଚାଷି ସଂଘର ସଦସ୍ୟ ଦାବି କରିଥିଲେ। ଚାଷି ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଥିଲେ ଯେ ଗତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଧାନର ମାନ ପରିବର୍ତ୍ତନ ହେବାକୁ ମିଲର ମାନେ ନାହିଁ ନଥିବା ଅସୁବିଧା ସୃଷ୍ଟି କରିଥିଲେ।କଟନୀ ଛଟନୀ ନାମରେ ଚାଷି ଠାରୁ ବସ୍ତା ପିଛା ୧୦ କିଲୋ ରୁ ୧୫ କିଲୋ ଧାନ ଅଧିକା ନିଆଯାଇଥିଲା।ଏହା ସହ ଗୋଶାଣୀ ବ୍ଳକର ଚାଷୀଙ୍କୁ କାଶୀ ନଗର ବ୍ଳକରେ ନେଇ ଧାନ ଦେବା ପାଇଁ ବାଧ୍ୟ କରାଯାଇ ଥିଲା।ଫଳରେ ଚାଷି ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ।ଏହା ସହ ଗତ ବର୍ଷ ସେବା ସମବାୟ ସମିତିର ସମ୍ପାଦକ ମାନେ ଆନ୍ଦୋଳନ କରିଥିବାରୁ ଜିଲ୍ଲା ପ୍ରଶାସନ ମହିଳା ସଙ୍ଘ ଦ୍ଵାରା ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଏହା ମଧ୍ୟ କୃଷକଙ୍କୁ ବହୁ ଅସୁବିଧାରେ ପକାଇଥିଲେ।ଗଣମାଧ୍ୟମ କୁ ପ୍ରଚାର ପ୍ରସାର ସକାଶେ ସୂଚନା ଦେଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।


