ଜିଲ୍ଲା ସ୍ତରୀୟ ନଗର ଉନ୍ନୟନ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାସ୍ତରୀୟ ନଗର ଉନ୍ନୟନ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ପରିବେଶ ପରିଷ୍କାର ପରିଚ୍ଛନ୍ନତା, ଡଷ୍ଟବିନ୍ ଗୁଡିକର ସଠିକ ବ୍ୟବହାର, ଘରଘର ବୁଲି ଆବର୍ଜନା ସଂଗ୍ରହ, ବର୍ଜ୍ୟ ବସ୍ତୁ ପରିଚାଳନା, ବୃକ୍ଷ ରୋପଣ ଆଦି ଉପରେ ଆଲୋଚନା କରିଥିଲେ  । ସହରାଞ୍ଚଳରେ କ୍ଷୁଦ୍ର କମ୍ପୋଷ୍ଟ କେନ୍ଦ୍ର ଓ ଅଣଜୈବିକ ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣ, ବିଦ୍ୟୁତ୍ ଯୋଗାଣ ଏବଂ ସେଗୁଡିକର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିବା ସହ “ମୋ ଖତ” ର ବିକ୍ରି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ  । ସ୍ବଚ୍ଛ ଭାରତ ଅଭିଯାନ ଅନୁଯାୟୀ ଆବର୍ଜନା ମୁକ୍ତ ସହରଭାବେ ସମସ୍ତ ସହରର ମାନାଙ୍କ ନିର୍ଦ୍ଧାରଣ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ।  ସହରାଞ୍ଚଳ ଶ୍ରମଭିତ୍ତିକ ନିଯୁକ୍ତିରେ ଶ୍ରମିକ ମାନେ ଯେପରି ଅଧିକ ମଜୁରୀ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କ ସାପ୍ତାହିକ ଦେୟ କୁ ପ୍ରାଧାନ୍ୟ ଦେବାପାଇଁ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ  । ସ୍ମାର୍ଟପାର୍କ ଓ ଶ୍ମଶାନର ଆଧୁନିକୀ କରଣ ଓ ମାନାଙ୍କ ବୃଦ୍ଧି ନିମନ୍ତେ ଯଥାଶୀଘ୍ର ମୂଲ୍ୟାୟନ ରିପୋର୍ଟ ଦାଖଲ କରି ଅନୁମୋଦନ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଗ୍ରୀନ୍ ସିଟି ମିଶନ୍ କାର୍ଯ୍ୟରେ ୧୧୦୦୦ବୃକ୍ଷ ରୋପଣ କରାଯାଇଛି ଏବଂ  ଖାଲି ଥିବା ଜାଗା ମାନଙ୍କରେ ବ୍ୟାପକ  ବୃକ୍ଷରୋପଣ କାର୍ଯ୍ୟ କରିବାପାଇଁ ଜଣାଇଥିଲେ  ।

(ପି.ଏମ୍.ଏସ୍.ଭି.ଏ.) ପ୍ରଧାନମନ୍ତ୍ରୀ ସ୍ପନିଧି ଯୋଜନାରେ  ସହରାଞ୍ଚଳର ବୁଲା ବିକାଳୀଙ୍କର ରେଜିଷ୍ଟ୍ରେସନ୍ କରାଇ ସେମାନେ ଯେପରି ୧୦ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଋଣ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ  । ପଞ୍ଚମ ରାଜ୍ୟ ଆର୍ଥିକ ଗ୍ରାଣ୍ଟ ଦ୍ବାରା ଜିଲ୍ଲାର ସହରାଞ୍ଚଳରେ ଥିବା ସମସ୍ତ ପୋଖରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ବର୍ତ୍ତମାନ ଥିବା ପେଖରୀ ଗୁଡିକର ସ୍ଥିତି ସମୀକ୍ଷା କରିଥିଲେ  ।ବସ୍ତି ଗୁଡିକର ମାନ ବୃଦ୍ଧି ନିମନ୍ତେ ପକ୍କା ରାସ୍ତା, ଡ୍ରେନ୍ ନିର୍ମାଣ, ରାସ୍ତା ପାର୍ଶ୍ବରେ ଆଲୋକୀ କରଣ, ଘର ଗୁଡିକୁ ପାନୀୟ ଜଳ . ଓ ବିଦ୍ୟୁତ୍ ଯୋଗାଣ କରିବା ସହ ବ୍ୟାଟେରୀ ଚାଳିତ ଯାନ ଚଳାଚଳ ନିମନ୍ତେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ  ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ପରାମର୍ଶ ଦେଇଥିଲେ  । ବୈଠକରେ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ