ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ପାଣି ପଂଚାୟତ ରଥ ଉଦଘାଟିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ପାଣି ପଂଚାୟତ ରଥ ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ୨ଟି ପାଣି ପଂଚାୟତ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ଆଜି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ପରିକ୍ରମା କରି ପାଣିପଂଚାୟତର ବାର୍ତ୍ତା ପ୍ରଚାର କରିବ । ଏହି ରଥ ଜିଲ୍ଲାର ସମସ୍ତ କୃଷକ ଓ ପାଣି ପଂଚାୟତର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ଜଳର ସୁଷମ ବଂଟନ ଓ ସଂରକ୍ଷଣ ନିମନ୍ତେ ବାର୍ତ୍ତା ପ୍ରଚାର କରିବା ସହ ଜନସାଧାରଣଙ୍କୁ ସଚେତନ କରିବ । ଆସନ୍ତା ୨୨ତାରିଖରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଏକ ପାଣି ପଂଚାୟତ ସମାରୋହ ଓସ୍ତପୁର ପଂଚାୟତ ଅନ୍ତର୍ଗତ ସାରଙ୍ଗ ପଡିଆରେ ଅନୁଷ୍ଠିତ ହେବ । ଏହି ପାଣି ପଂଚାୟତ ରଥ ଉଦଘାଟନୀ କାର୍ଯ୍ୟକ୍ରମରେ ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ,ଉପ ନିର୍ବାହୀ ଯନ୍ତ୍ରୀ ଇଂ ବିଧାନ ଚନ୍ଦ୍ର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ପରିଡା, କୁମର ଦାସ, ସମ୍ବିତ କୁମାର, ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ କୃପାସିନ୍ଧୁ ପ୍ରଧାନ, ଗୋରାସିସ ସାହୁ,ଉଠା ଜଳ ସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ନୃସିଂହ ଚରଣ ପାଢୀ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ