ଜିଲ୍ଲା ସ୍ତରୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ କର୍ମଶାଳା
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁୃଜ୍) : ଗୁରୁବାର ସ୍ଥାନୀୟ ସରକାରୀ କୁଇନ୍ ଅଫ୍ ଦ ମିଶନସ୍ ଉଚ୍ଚ ବିଦ୍ୟାଳୟ ଠାରେ ୧୭ ତମ ଗଞ୍ଜାମ ଜିଲ୍ଲା ସ୍ତରୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଂଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ,ସନାତନ ପଣ୍ଡା ମାର୍ଗଦର୍ଶନ ଉପରେ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ହୋଇଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ କରିଥିବା ବେଳେ ଡ ସନାତନ ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଏକ ସ୍ୱଚ୍ଛ ସବୁଜ ଓ ସୁସ୍ଥ ଗଠନ ଦିଗରେ ବିଜ୍ଞାନ ପ୍ରଯୁକ୍ତିବିଜ୍ଞାନ ର ଭୂମିକା ଗୁରୁତ୍ୱପୂଣ୍ଣ ବୋଲି କହିବା ସହ ବିଷୟ ବସ୍ତୁକୁ ଉପସ୍ଥାପନା କରିଥିଲେ ।ଏହି କର୍ମଶାଳାରେ ପ୍ରକଳ୍ପ ସହାୟିକା ପୁସ୍ତିକା ଉନ୍ମୋଚିତ ହୋଇଥିଲା ।ଏହା ସହ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇଥିôଲା ।ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରକଳ୍ପ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିବେ ।ଏହି ଆୟୋଜନ ରେ ବିଦ୍ୟାଳୟର କର୍ମକତ୍ତା ଉପେନ୍ଦ୍ର ପାଢୀ , କେଦାର ସାହ ୁ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।