ଜିଲ୍ଲା ସ୍ତରୀୟ ବନ୍ଦେ ଉତ୍କଳ ଜନନୀ ଗାନ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ସହରର ତିନିମୁହାଣି ଛକରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୈାମ୍ୟରଞ୍ଜନ ଜାଲି ପ୍ରମୁଖ ଉପସ୍ଥିତ ରହି ପୋଲିସ ବ୍ୟାଣ୍ଡପାର୍ଟି ସହିତ ଆଜି ଅପରାହ୍ନ ସାଢେ ୫ଟା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏଥିସହିତ ତିନିମୁହାଣି ଛକରେ ସମାଜସେବୀ ମହେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଯୁବତୀ,ମହିଳା ଓ କିନ୍ନରମାନେ ମଧ୍ୟ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ସରକାରୀ ହାଇସ୍କୁଲ ଖେଳପଡିଆରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଉପସ୍ଥିତ ରେ ଶତାଧିକ ମହିଳାଙ୍କ ଗହଣରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ-ନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ସହକାରୀ ଜିଲ୍ଲାପାଳ ସର୍ମିଷ୍ଠା ମାହାଳିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ପୈାରସଂସ୍ଥା କାର୍ଯ୍ୟାଳୟ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଇଛାପୁର ରଥଦାଣ୍ଡରେ ବିଧାୟକ ଶଶୀଭୂଷଣ ବେହେରାଙ୍କ ଉପସ୍ଥିତିରେ ପୈାରସଂସ୍ଥା କର୍ମଚାରୀ ଭୂବନମୋହନ କାନୁନଗୋଙ୍କ ସମେତ ଶତାଧିକ ମହିଳା ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସହରର ପୁରୁଣା ବସଷ୍ଟାଣ୍ଡରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ଧିରେନ ସାହୁ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ଆଇନଜୀବି ଦେବଦାସ ମହାନ୍ତି, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ସତ୍ୟ ପ୍ରକାଶ ବେହେରା, ରଞ୍ଜିତ ସାହୁ, ଗୋଲଖ ଚନ୍ଦ୍ର ପଢିହାରୀ, ରେବତୀରମଣ ଦାସ, ସବିତା ସାହୁ,ମନୋରଞ୍ଜନ ସାହୁ, ପ୍ରକାଶ ପରିଡା, ମାନସ ସେଠୀ, ମହମ୍ମଦ ସେକ ଇନାୟତ, ସେକ ମତୁ, ସେକ ତଫିରୁଦ୍ଦିନ, ମୀର ଜଇନୁର, ସେକ ରିୟାସତ ଅଲ୍ଲୀ, ସେକ ସବିଉଦ୍ଦିନ, ସେକ ସାବିରୁଦ୍ଦିନ ପ୍ରମୁଖ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ