ଜିଲ୍ଲା ସ୍ତରୀୟ ବର୍ଦ୍ଧିତ ଭତ୍ତା ବଣ୍ଟନ ସମାରୋହ, ଖୋର୍ଦ୍ଧା

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ )ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ, ଓଡିଶା ସରକାର ଆନୁକୁଲ୍ଯରେ ବି ଜେ ବି ଉଚ୍ଚ ବିଦ୍ୟାଳୟର ପରିସରରେ ଜନ ସେବା ଦିବସ ପାଳନ କରାଯାଇଛି । ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଏବଂ ୮୦ ଶତକଡାରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ସମାରୋହରେ ଜିଲ୍ଲା ସଦର ମହକୁମା ନିକଟସ୍ଥ ଖୋର୍ଦ୍ଧା ବ୍ଲକ ଏବଂ ଖୋର୍ଦ୍ଧା ପୌରପାଳିକା ଅଞ୍ଚଳର ୩୦୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ଭତ୍ତା ବିତରଣ କରାଯାଇଛି । ଉକ୍ତ ସମାରୋହରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ସମାରୋହକୁ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଉକ୍ତ ସଭାକୁ ପରିଚାଳନା କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଖୋର୍ଦ୍ଧା ପ୍ରାରମ୍ବିକ ଅଭିଭାଷଣ ବ୍ୟକ୍ତ କରିଥିଲେ । ରାଜ୍ୟ ସ୍ତରର ପ୍ରଥମ ବର୍ଦ୍ଧିତ ଭତ୍ତା ବଣ୍ଟନ ଉଦଘାଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଅଭିଭାଷଣ ସର୍ବସାଧାରଣଙ୍କୁ ସଂଯୋଗ କରିବା ନିମନ୍ତେ ସିଧାସଳଖ ପ୍ରସାରଣ କରଯାଇଥିଲା । ରାଜ୍ୟ ସ୍ତରରେ ସର୍ବମୋଟ ୪୧୭୪୯୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ମଞ୍ଜୁର କରାଯାଇଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲା ସ୍ଥଳେ ୧୯୧୦୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଞ୍ଜୁର କରାଯାଇ ଜନସେବା ଦିବସରେ ସମସ୍ତ ଗ୍ରାମ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା କରାଯାଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ହିତାଧିକାରୀଙ୍କର ମନୋରଞ୍ଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଖୋର୍ଦ୍ଧା, ସିଡ଼ିଏମ & ପିଏଚଓ ଖୋର୍ଦ୍ଧା , ଡ଼ିପିଓ ଖୋର୍ଦ୍ଧା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଖୋର୍ଦ୍ଧା , ଦିଲୀପ କୁମାର ହୋତା ଏମପି, ଭୁବନେଶ୍ବର ପ୍ରତିନିଧି ଏବଂ ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷା ମଞ୍ଚାସୀନ ଥିଲେ । ଏହାର ସୁପରିଚାଳନା ଶ୍ରୀଯୁକ୍ତ ଦିଲୀପ କୁମାର ହିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ତାଙ୍କର କର୍ମକର୍ତା ବୃନ୍ଦ ସମ୍ପାଦନ କରିଥିଲେ । ବର୍ଦ୍ଧିତ ଭତ୍ତା ପାଇବାର ଅତ୍ୟଧିକ ଆନନ୍ଦ ହିତାଧିକାରୀଙ୍କ ମଧ୍ୟରେ ପରିଲିଖିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ