ଜିଲ୍ଲା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ

କନ୍ଧମାଳ, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ଦ୍ଵାରା ଜିଲ୍ଲା ସ୍ତରରେ ପାଳିତ ହୋଇଯାଇଛି! ପ୍ରଥମ ପରଯ୍ୟାୟ ରେ ଜିଲ୍ଲାର ଦୁଇଗୋଟି ଅନାଥ ଆଶ୍ରମ ଯଥା ଗୋପବନ୍ଧୁ ବଳଶ୍ରମ କେନ୍ଦୂପଦର୍ ଫୁଲବାଣୀ ଓ ସାଧନ ଫୁଲବାଣୀର ଅନ୍ତେବାସୀ ମାନଙ୍କୁ ସିଝା ଅଣ୍ଡା ଓ କେକ ବଣ୍ଟନ କରାଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତ ରେ ଏ,.ଜେ.ଓ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରେ ଅଣ୍ଡା, କେକ୍ ଓ ଚକଲେଟ୍ ବଣ୍ଟନ ସହିତଅଣ୍ଡା ଦିବସ ଉପଲକ୍ଷେ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କୁକୁଡ଼ା ଚାଷୀ, ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ର ସଦସ୍ୟ,ସମସ୍ତ ପ୍ରାଣୀ ଚିକିତ୍ସ କଙ୍କ ଉପସ୍ଥିତି ରେ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଇଥିଲା।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେଓ ଶ୍ରୀ ମିହିର୍ ସାମନ୍ତରାୟ ଡ. ଡି. ଏଚ କନ୍ଧମାଳ , ଶ୍ରୀ ହରେକୃଷ୍ଣ ଜେନା,ଏଲ୍. ଡି.ଏମ., ସ୍ଵତି ର ସମ୍ପାଦକ ଶ୍ରୀ ହରି ଶଙ୍କର ରାଉତ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡ. ରଞ୍ଜନ କୁମାର ସାହୁ ଏ.ଡି. ଭି.ଓ (ଏଲ.ପି) ଙ୍କ ଅଧ୍ୟକ୍ଷତା ରେ କାର୍ଯକ୍ରମ ସମାପନ ହୋଇଥିଲା।ଡ ମନୋଜ କୁମାର ସାହୁ ଡି.ଡି,ଡ.ସନ୍ତୋଷ କୁମାର ପଟ୍ଟନୟକ ଏ.ଡି. ଭି.ଓ(ଡି. ସି),ଡ. ଦିଗବିଜୟ ଗିରି ଏ. ଡି.ଭି.ଓ(ପ୍ରାଣୀ ମଙ୍ଗଳକାରୀ) ଡ ରତ୍ନାକର ରାଉତ(ଏସ୍. ଡି.ଭି.ଓ,ବାଲିଗୁଡା) ଆଦିଙ୍କର ଉପସ୍ଥିତି ରେ କାର୍ଯକ୍ରମ ସୁଚାରୁ ରୁପେ ସମାପନ ହୋଇଥିଲା।ଡ ଅଳକା ପଟ୍ଟନାୟକ,ନୋଡାଲ ଅଧିକାରୀ କନ୍ଧମାଳ କାର୍ଯକ୍ରମ କୁ ପରିଚାଳନା କରିଥିଲେ।ଅଣ୍ଡା ଦିବସ ପାଳନ ର ଗୁରୁତ୍ଵ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଅଣ୍ଡା ର ବିଭିନ୍ନ ଗୁଣାତ୍ମକ ମାନ ଉପରେ ଆଲୋଚନା ହୋଇଥିଲା।ଡ ଚିତ୍ତରଞ୍ଜନ ସେନ ବି.ଭି.ଓ ଟିକାବାଲି ପରିଶେଷରେ ଏକ କ୍ଷୁଦ୍ର କବିତା ମାଧ୍ୟମରେ ଅଣ୍ଡା କା ଫଣ୍ଡା ଶୀର୍ଷକ ଦ୍ଵାରା ମନୋହର ପରିବେଶ ସୃଷ୍ଟି କରିପାରିଥିଲେ। ଏହି ଦିବସ ରେ ଜିଲ୍ଲାକୁ ନବାଗତ ୪ ଜଣ ପ୍ରଣିଚିକିତ୍ସକ ଙ୍କୁ ମଧ୍ୟ ଜିଲ୍ଲା ପ୍ରାଣୀ ସଂଘ କନ୍ଧମାଳ ପକ୍ଷ ରୁ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ