ଜିଲ୍ଲା ସ୍ତରୀୟ ଭଲ୍ଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଜଗତସିଂହପୁର (ଅନସୂୟା ରାଉତ) ଜଗତସିଂହପୁର ଜିଲ୍ଲା ବାହରଣା ପଞ୍ଚାୟତ ଗରିଆ ଗ୍ରାମରେ ଜିଲ୍ଲା ସ୍ତରୀୟ ଭଲ୍ଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇ ଯାଇଛି। ଜିଲ୍ଲାର ଚାରିଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ତିର୍ତ୍ତୋଲ ବ୍ଳକର ଗରାମ ଟିମ୍ ଓ ବାଲିକୁଦାର ଗରିଆ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ବିଜେତା ଓ ଉପବିଜେତା ଦଳକୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟ କାରିଣୀ ସଦସ୍ୟ କମଳା କାନ୍ତ ମହାପାତ୍ର ଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ମ୍ଯାନ୍ ଅଫ୍ ଦି ମ୍ଯାଚ୍ ଭାବେ ଚନ୍ଦନ ସ୍ବାଇଁ ଓ ମ୍ଯାନ୍ ଅଫ୍ ଦି ସିରିଜ୍ ଭାବେ ଶାନ୍ତନୁ କାନୁନଗୋ ଓ ବୁବୁନା ପଣ୍ଡା ପୁରସ୍କୃତ ହୋଇଥିଲେ।


