ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର

ଯାଜପୁର-: ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶୁଣାଣିରେ ମିଳିଥିବା ମୋଟ ୧୭୨ ଗୋଟି ଅଭିଯୋଗ ମଧ୍ୟରୁ ୧୪୨ ଗୋଟି ବ୍ୟକ୍ତିଗତ, ୦୫ ଗୋଟି ସାମୁହିକ ଆବେଦନ ପତ୍ର ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ ୨୫ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ଆବେଦନକାରୀଙ୍କୁ ୨,୩୦,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍‌କ୍ଷଣାତ୍ ୮୭ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ପେଂବୃୟାରୀ ମାସ ୧୦ ତାରିଖରେ ବଡଚଣା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୧୭ ତାରିଖରେ ବ୍ୟାସନଗର ପୈାରପାଳିକା କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର, ୨୪ ତାରିଖରେ ଧର୍ମଶାଳ ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍‌ା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।  ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା, ସି.ଡି.ଏମ୍‌.ଓ. ଡା. ଅରୁଣ କୁମାର ପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ