ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ୧୫୮ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡେପୁଟୀ କଲେକ୍ଟର ରାଜେନ୍ଦ୍ର କୁମାର ଆଚାରିୟା, ଡେପୁଟୀ କଲେକ୍ଟର (ଅଭିଯୋଗ) ଶ୍ରୀକାନ୍ତ ପରିଜା ପ୍ରମୁଖ ଯୋଗଦେଇ ପଞ୍ଜିକୃତ ୧୫୮ଟି ଅଭିଯୋଗର ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୧୩ଟି ସାମୂହିକ ଅଭିଯୋଗ ଥିବା ବେଳେ ୧୪୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମଧୁବାବୁ ପେନସନ ଯୋଜନା, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ ପ୍ରଦାନ, ଜମିଜମା ମାମଲା, ଚିକିତ୍ସାପାଇଁ ଆର୍ôଥକ ସହାୟତା ପ୍ରଦାନ ଆଦି ଦରଖାସ୍ତ ଥିଲା । ସେହିପରି ସାମୂହିକ ଅଭିଯୋଗ ଗୁଡିକ ମଧ୍ୟରେ ଗ୍ରାମବାସୀଙ୍କ ଚାଷଜମିକୁ ଜଳସେଚନ ବ୍ୟବସ୍ଥା, କଳାକାର ଭତ୍ତାପ୍ରଦାନ, ଜମିହରାଇଥିବା ଲୋକଙ୍କୁ କ୍ଷତି ପୁରଣ, ରାଜସ୍ୱ ନିରୀକ୍ଷକ ମଣ୍ଡଳ ଗଠନ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ନୂତନ ସେତୁ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନରେ ଅନିୟମିତତା, ବଲୁରିଆ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଇତ୍ୟାଦି ଗୁଡିକର ଶୁଣାଣି କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତିତ ଗୋପାଳପୁରର ଗୁରୁ ଚରଣ ସାହୁଙ୍କୁ ୩ହଜାର ଟଙ୍କା, ପଲ୍ଲିସାହିର ରେଣୁବାଳା ପଲାଇଙ୍କୁ ୩ହଜାର ଟଙ୍କା ଓ ବଡପଡାର ଗାୟତ୍ରୀ ନାୟକଙ୍କୁ ୪ହଜାର ଟଙ୍କାର ଆର୍ôଥକ ସହାୟତା ରେଡକ୍ରସ ପାଣ୍ଠିରୁ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ