ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗୀତା ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରପାଳିକା ଟାଉନହଲ ପରିସରରେ ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କଳା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗୀମାନଙ୍କୁ ସେମାନଙ୍କ କଳା ନୈପୁଣ୍ୟତାର ଭୂୟସୀ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ । ତୁଳସୀକ୍ଷେତ୍ର କେନ୍ଦ୍ରାପଡା କଳା ଓ ସଂସ୍କୃତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ । ଏହାର ଲୋକକଳାକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉପସ୍ଥାପନା କରିବା ସହ ରାଜ୍ୟ ସ୍ତରରେ ସ୍ଥାନ ଅଧିକାର କରି କେନ୍ଦ୍ରାପଡାକୁ ଗୈାରବମଣ୍ଡିତ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ ଶ୍ରୀ ବେହେରା । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡଃ. ବାସୁଦେବ ଦାସ ଯୋଗ ଦେଇଥିଲେ । ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତିମାନଙ୍କ ସହଯୋଗରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରପାଳିକାରୁ ମନୋନିତ ୮ଟି ଲୋକକଳା ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିଚାରକ ଭାବେ ପର୍ଶୁରାମ ପଣ୍ଡା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କାର୍ଯ୍ୟ ନିର୍ବାହ କରିଥିଲେ । ପ୍ରତିଯୋଗିତାରେ ୩ଟି ଦଳ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନିତ ହୋଇଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟରଞ୍ଜନ ଜେନାଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସଂସ୍କୃତି ବିଭାଗ ଉପ ଅଧିକାରୀ ଦିବାକର ମହାନ୍ତି, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ ଦାଶ ମଞ୍ଚ ପରିଚାଳନାରେ ସହାୟତା କରିଥିଲେ । ଏହି ପ୍ରତିଯୋଗିତା ସମୟରେ ବିଭିନ୍ନ ବ୍ଲକର ଲୋକକଳା ସଙ୍ଘର ଉପସଭାପତି, କଳାକାରମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ