ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଯୁବ ରେଡକ୍ରସର ଆବାହକ ଅଧ୍ୟାପକ ପ୍ରଶାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂଯୋଜକ ରତ୍ନାକର ସେଠୀ ଓ ରେଡକ୍ରସ କାଉନସେଲର ଅଧ୍ୟାପକ ବିକାଶ କୁମାର ନାୟକ ଯୁବ ରେଡକ୍ରସର ଶିକ୍ଷା ଓ ତାଲିମ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ତିନି ଦିନ ବ୍ୟାପି ଅନୁଷ୍ଠିତ ଏହି ଶିବିରର ୮ଟି ଅଧିବେଶନରେ ରିସୋର୍ସପର୍ସନ ଭାବେ ସାଗର ଜେନା, ଡଃ. ଉମ୍ରାନ ଅଲ୍ଲୀ, ରତ୍ନାକର ସେଠୀ, ଲକ୍ଷ୍ମଣ ସ୍ୱାଇଁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, ବିରଜା ପ୍ରସାଦ ପତି, ହିମାଂଶୁ ଭୂଷଣ ପରିଡା, ଅଗ୍ନିଶମ ଅଧିକାରୀ ଅଜୟ କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ଶିବିରାର୍ଥୀ ସ୍ୱେଛାସେବୀମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଯୁବରେଡକ୍ରସର ଆବାହକ ଅଧ୍ୟାପକ ପ୍ରଶାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରେଡକ୍ରସର ରାଜ୍ୟ ସଂଯୋଜକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଛାସେବୀମାନେ ନିଷ୍ଠାପର ଭାବେ ସେବା ମନୋବୃତ୍ତିକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୧୭ଜଣ ଯୁବ ରେଡକ୍ରସ କାଉନସେଲରଙ୍କ ସମେତ ଶତାଧିକ ସ୍ୱେଛାସେବୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ