ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠତ ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରିଜିନାଲ ଡାଇରେକ୍ଟର.ଡ଼ଃ ଲକ୍ଷ୍ମୀକାନ୍ତ ତ୍ରୀପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟତମ ଆଟିଥି ଭାବରେ ଡେପୁଟି ରିଜିନାଲ ଡାଇରେକ୍ଟର ଡ଼ଃ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଯୁକ୍ତ ଦୁଇ ରିଜିନାଲ ଡାଇରେକ୍ଟର ଡ଼ଃ ସୁଶାନ୍ତ କୁମାର ଦାସ, ଏସ କେ ସି ଜି କଲେଜ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ, ପୂର୍ବତନ ଯୁବ ରେଡକ୍ରସ୍ ସଂଯୋଜକ ବି ଗୋବିନ୍ଦ ରଓ, ଗଞ୍ଜାମ ଏମ ଭି ଆଇ ଇ ରବୀନ୍ଦ୍ର ନାଥ ଜେନା, ବର୍ତ୍ତମାନର ଯୁବ ରେଡକ୍ରସ୍ ସଂଯୋଜକ ଦିଲ୍ଲିପ କୁମାର ଆଚାର୍ଯ୍ୟ, ବରିଷ୍ଠ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ତ୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ ମନୋରଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗଞ୍ଜାମର ବିଭିନ୍ନ କଲେଜ ରୁ 87 ଜଣ ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତା ଯୋଗ ଦେଇଥିଲେ।ଏହି ବୈଠକରେ ଚଳିତ ବର୍ଷ ଯୁବ ରେଡକ୍ରସ୍ ର କଲେଜ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କିପରୀ ସୁଚାରୁ ରୁପେ ହୋଇ ପାରିବ ସେ ବିଷୟ ରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ୍ ଶିବିର ପିପଲସ କଲେଜ ବୁଗୁଡ଼ା ଠାରେ ଅନୁଷ୍ଠତ ହେବ ବୋଲି ଠିକ କରାଗଲା। ସର୍ବଶେଷରେ କଲେଜ ର ଅନ୍ୟତମ ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼ଃ ମିଲି ମିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ