ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକ ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ କର୍ମଶାଳା କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଶ୍ରୀ ଶିବାନନ୍ଦ ଯୋଗ ବିଦ୍ୟାଳୟ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶିବାନନ୍ଦ ଯୋଗ ବିଦ୍ୟାଳୟର ମୁଖ୍ୟ ତଥା ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ସ୍ଥାନୀୟ ସରପଞ୍ଚ କଳ୍ପନା ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ଶ୍ରୀଧର କୁମାର ମହାନ୍ତି, ବଳରାମ ବେହେରା, ଶୁକଦେବ ତ୍ରିପାଠୀ, ରୀତାଞ୍ଜଳୀ ନାଥ, ହୃଷିକେଶ ପଣ୍ଡା, ପ୍ରଶାନ୍ତ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଯୋଗଗୁରୁ ସୁମନ୍ତ କୁମାର ରାଉତ, କୈଳାସ ରାଉତ, ଆନନ୍ଦମାର୍ଗର ଯୋଗଗୁରୁ ସ୍ୱାମୀ ବିକାଶାନନ୍ଦଜୀ ମହାରାଜ, ଶିବାନନ୍ଦ ଯୋଗ ବିଦ୍ୟାଳୟର ଯୋଗଗୁରୁ ଓଁ ଆନନ୍ଦ ସରସ୍ୱତୀ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଶିବାନନ୍ଦ ଯୋଗ ବିଦ୍ୟାଳୟ, ଗୁରୁକୂଳ ଆବାସିକ ଶିକ୍ଷା ନିନିକେତନ, ସଂଜୀବନୀ ବିଦ୍ୟା ମନ୍ଦିର, ରେସୱା ସ୍ୱାଧାର ଗୃହର ଅନ୍ତେବାସୀ ଓ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନେହେରୁ ଯୁବକେନ୍ଦ୍ରର ସ୍ୱେଛାସେବୀ ସଦସ୍ୟମାନେ ଯୋଗଦେଇ ପ୍ରଶିକ୍ଷଣ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଗୋଲୀ ତିରୂପତି ରେଡ୍ଡୀ ଓ ଲକ୍ଷ୍ମୀକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ