ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶନିବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ତହସିଲ ଗୁଡିକରେ ପଡି ରହିଥିବା ବେବନ୍ଦୋବସ୍ତ ମାମଲା ଗୁଡିକର ଏକମାସ ମଧ୍ୟରେ ଫଇସଲା କରାଯିବା,ନୂଆ ସଇରାତ ଗୁଡିକୁ ଲିଜ ପ୍ରଦାନ କରାଯିବା,୯୦ଦିନ ମଧ୍ୟରେ ଦାଖଲଖାରଜ ମାମଲା ଗୁଡିକର ଫଇସଲା ଶେଷ କରିବା ଏବଂ ଶୂନ୍ୟ ପେଣ୍ଡିଂ ମାମଲା ଦର୍ଶାଇବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବରୁ କମନ ସର୍ଭିସ ସେଂଟର(ଜନ ସେବା କେନ୍ଦ୍ର) ଗୁଡିକରେ ମିସ ସାର୍ଟିଫିକେଟ ପାଇଁ ନିଆ ଯାଉଥିବା ଫିସକୁ ସରକାର ଛାଡ କରିଦେଇଥିବାରୁ ଯେପରି କୈାଣସି ଠାରେ ଏଥି ନିମନ୍ତେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରାନଯାଏ ସେଥିପ୍ରତି ଧ୍ୟାନଦେବାକୁ ତହସିଲଦାରମାନଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦେଶ ଦେଇଥିଲେ । “ମୋ ସରକାର” ହେଉଛି ସୁଚିନ୍ତିତ ଭାବରେ ସମସ୍ତ ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ନାଗରୀକମାନଙ୍କ ପାଇଁ କାର୍ଯ୍ୟକାରି କରିବା । ଏହି ବ୍ୟବସ୍ଥାରେ ସବୁ ତହସିଲ ଗୁଡିକୁ ଆସୁଥିବା ଭାରତୀୟ ନାଗରୀକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା, ସେମାନଙ୍କ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବା, କାର୍ଯ୍ୟାଳୟରେ ଉତ୍ତମ ପରିବେଶ ସୃଷ୍ଟି କରିବା, ଦୁର୍ନିତୀମୁକ୍ତ ସେବା ଯୋଗାଇଦେବା ପ୍ରଭୃତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଜିଲ୍ଲା ଜରୁରୀ ଅଧିକାରୀ ତଥା ଡେରାବିଶ ତହସିଲଦାର ସମ୍ବିତ ଶତପଥୀ,ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ଅତିରିକ୍ତ ତହସିଲଦାର ନମିତା ବାରିକ, କେନ୍ଦ୍ରାପଡା ସବରେଜିଷ୍ଟାର ଶିବ ମଲ୍ଲିକଙ୍କ ସମେତ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର, ସହକାରୀ ଜିଲ୍ଲାପାଳ ବୀକ୍ରମ ପରିଡା, ସର୍ମିଷ୍ଠା ମାହାଳି ଓ ଜିଲ୍ଲା ରାଜସ୍ୱ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।