ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ପୂର୍ବ ଭାରତରେ ସବୁଜ ବିପ୍ଲବ ଆଣିବା ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ବନ ବିହାରୀ ଦାସ ଯୋଗଦେଇ ପଶୁସମ୍ପଦ ବିଭାଗରୁ ୭ଜଣ କୃଷି ଉଦ୍ୟୋଗୀଙ୍କ ପ୍ରକଳ୍ପ ମିଳିଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ବିଭାଗ ଗୁଡିକରୁ ମଧ୍ୟ ଏହି ଯୋଜନାରେ ବିଭିନ୍ନ କୃଷି ଉଦ୍ୟୋଗୀ ପ୍ରକଳ୍ପ ସଂପୃକ୍ତ ବିଭାଗର ମୁଖ୍ୟଙ୍କ ଜରିଆରେ ପଠାଇବାକୁ ଜଣାଇଦିଆଯାଇଥିବା ସୂଚନା ଦେଇଥିଲେ । ଏହିସବୁ ପ୍ରକଳ୍ପ ଗୁଡିକରେ କୃଷି ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପକ୍ଷରୁ ସବସିଡି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ପରବର୍ତ୍ତି ବୈଠକରେ ପ୍ରକଳ୍ପ ଗୁଡିକର ଅନୁମୋଦନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ବୈଠକରେ ଉପକୃଷି ନିର୍ଦେଶକ ମିତ୍ରୋଦ୍ୱୟ ଦାସ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତାପସରଞ୍ଜନ ସାହୁ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସୁନିଲ କୁମାର ପୁରୋହୀତ, ପଟ୍ଟାମୁଣ୍ଡାଇ ଜିଲ୍ଲା କୃଷି ଅଧିକାରୀ ଜୟନାରାୟଣ ମହାପାତ୍ର, ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ, ବେଷାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


