ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦ୍ଘାଟନ କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସେବା ଉପରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷତା କରି ସମୀକ୍ଷା କରିଥିଲେ ।
ଗଞ୍ଜାମ ଜିଲ୍ଲାକୁ ୨୦୨୫ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଯକ୍ଷ୍ମାମୁକ୍ତ କରିବା ପାଇଁ “ଯକ୍ଷ୍ମା ମୁକ୍ତ ଭାରତ “ ଅଭିଯାନ ରେ ସାମିଲ୍ ହେବାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବର ୯ ତାରିଖରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାକୁ ତ୍ବରାନ୍ବୀତ କରି ନିକ୍ଷୟ ମିତ୍ର ଜନ ସହଭାଗୀତାରେ ଚୟନ କରି ନିତାନ୍ତଭାବେ ଦରକାରଥିବା ଯକ୍ଷ୍ମାରୋଗୀଙ୍କୁ ଯୋଡିବା ସହ ସଫଳ ଚିକିତ୍ସା ରେ ସହଯୋଗ କରିବାପାଇଁ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ୍ ସେକ୍ଟର, ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଆସୋସିଏସନ୍ ଙ୍କୁ ଆହ୍ବାନ ଦିଆଯାଇଥିଲା । ଏ ବାବଦରେ ଗୋଷ୍ଠା ଉନ୍ନୟନ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନେଇ ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅପପୁଷ୍ଟି ଦ୍ବାରା ଯକ୍ଷ୍ମାରୋଗ ପ୍ରାୟତଃ ହୋଇଥାଏ ।ଏଣୁ ଜିଲ୍ଲା ଓ ବ୍ଲକ୍କ୍ ସ୍ତରରେ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ସୁଷମ ଖାଦ୍ୟ ଓ ଚିକିତ୍ସା ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସକାଶେ ଜିଲ୍ଲା ତମାଖୁ ନିୟନ୍ତ୍ରଣ ୟୁନିଟ୍ କାର୍ଯ୍ୟ କରୁଛି ।ଚଳିତ ବର୍ଷ ଜିଲ୍ଲାର ୧୦୮ ଟି ବିଦ୍ୟାଳୟ ଓ ୪ ଟି ମହାବିଦ୍ୟାଳୟକୁ ଆଗାମୀ ଦିନରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରାଯିବାଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ତମାଖୁ ବିକ୍ରୟ କରାଯାଇ ପାରିବ ନାହିଁ । ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ତମାଖୁ ମୁକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରୂପେ ଘୋଷଣା କରାଯିବ । ତମାଖୁ ସେବନ ଯୋଗୁଁ ଭାରତରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି, ଯାହାକି ଯକ୍ଷ୍ମା, ଏଡ୍ସ, ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟାଠାରୁ ଢେର ଅଧିକ । ସମଗ୍ର ବିଶ୍ବରେ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ।ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଏବଂ ସାରବାନ ଖାଦ୍ୟ/ସୁଷମ ଖାଦ୍ୟ ଉପରେ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଆରୋପ କରିଥିଲେ । ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ସଚେତନତା ଶିବିର ଓ ପଞ୍ଜିକରଣ ମେଳା ସଂପୃକ୍ତ ବିଭାଗ ଦ୍ବାରା କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ବ୍ୟବସାୟୀ ମାନଙ୍କୁ ମାଗଣାରେ ଖାଦ୍ୟ ନିରାପତ୍ତା ଉପରେ ତାଲିମ ଦିଆଯିବ । ଖାଦ୍ୟ ନିରାପତ୍ତା ( ଏଫ୍.ଏସ୍.ଏସ୍.ଏ.ଆଇ୍.) ଆଇନ୍ ଅନୁଯାୟୀ ଧାରା ୬୯ ପ୍ରକାରେ ନିରୀକ୍ଷଣ ଓ ଜୋରିମାନା ଆଦାୟ କରାଯିବ । ପୋଷ୍ଟର ମାଧ୍ୟମରେ ଜନ ସାଧାରଣ ଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ସଚେତନ କରାଯିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲାର ୧୩ ଟି ରେଷ୍ଟରାଣ୍ଟ ହାଇଜିନ ରେଟିଙ୍ଗ ପାଇଛନ୍ତି । ତନ୍ମଧ୍ୟରୁ କୋବଳ ଗୋଟିଏ ରେସ୍ତୋରାଁ ଫାଇଭ୍ ଷ୍ଟାର୍ ପାଇଥିବା ବେଳେ ଅନ୍ୟ ୬ ଗୋଟି ରେସ୍ତୋରାଁ ଫୋର୍ ଷ୍ଟାର ରେଟିଙ୍ଗ ପାଇଛନ୍ତି। ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହର ଉନ୍ନୟନ ସଂସ୍ଥା ସଚ୍ଚିଦା ନନ୍ଦ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ, , ସହକାରୀ ଜନ ସ୍ବାସ୍ଥ୍ୟ ଅଧିକାରୀ( ଯକ୍ଷ୍ମା), ଡା. ଅବନୀ କୁମାର ପାତ୍ର, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଶ୍ଯାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ପିପିଏମ୍. ସ୍‌ଯୋଜକ ସୁଧୀର କାନ୍ତ ବେହେରା,ଡି.ପି.ସି( ଏନ୍.ଟି.ଇ.ପି) ବିଦେଶୀ ଜେନା, ଏସ୍.ଟି.ଏସ୍, ଛତ୍ରପୁର ପ୍ରଭାତ କୁମାର ସାହୁ, ଏ.ଡି. ପି.ଏଚ୍.ଓ.. (ରୋଗ ନିୟନ୍ତ୍ରଣ) ଡଃ ହରମୋହନ ପଣ୍ଡା, ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ