ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମିତି ବୈଠକ

କେନ୍ଦ୍ରାପଡା – ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମିତି ବୈଠକ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସଭାପତିତ୍ୱରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ଷ୍ଟାଫ ନଥିବା, ରକ୍ତଭଣ୍ଡାର ନିମନ୍ତେ ଉଦ୍ଦିଷ୍ଟ ଗାଡିଟି ବହୁ ପୁରୁଣା ହୋଇଯାଇଥିବାରୁ ସଠିକ ଭାବରେ ବ୍ୟବହୃତ ହୋଇପାରୁନଥିବା, ଟିକଟ କାଉଁଟରରେ ଅଧିକ କାଉଁଟର ଖୋଲାଯିବା,ଆଉ ୨ଟି ଡାଇଲେସିସ ୟୁନିଟ ଖୋଲାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୨୪ଜଣ ଡାକ୍ତର ରହିବା ପାଇଁ ସରକାରୀ ମଞ୍ଜୁରୀ ଥିବା ବେଳେ ସେଥିମଧ୍ୟରୁ ୬୦ ରେଗୁଲାର ଡାକ୍ତର, ଠିକା ଭାବରେ ୧୪ଜଣ ଓ ଅସ୍ଥାଇ ଭାବରେ ୪ଜଣ ମାତ୍ର ଡାକ୍ତର ଅଛନ୍ତି । ୫୩ଜଣ ଆୟୁଷ ଡାକ୍ତର ପଦ ମଞ୍ଜୁରୀ ଥିବା ବେଳେ ୫୧ଜଣ ଅଛନ୍ତି । ସେହିଭଳି ୫୫ଜଣ ଷ୍ଟାଫନର୍ସଙ୍କ ମଧ୍ୟରୁ ୪୨ଜଣ ରେଗୁଲାର,ଠିକା ଭାବରେ ୪ଜଣ ଓ ଏନ.ଏଚ.ଏମ.ର ଠିକା ଭାବରେ ୬ଜଣ ଅଛନ୍ତି । ସେହିଭଳି ୨୭୩ ଏ.ଏନ.ଏମ.ଙ୍କ ମଧ୍ୟରୁ ୨୩୮ ରେଗୁଲାର,୧୦୩୧ ପୋଷ୍ଟରେ ୩୪ଜଣ,ଏନ.ଏଚ.ଏମ.ଠିକାରେ ୨୪ଜଣ ଓ ଆର.ବି.ଏସ.କେ.ରେ ୩ଜଣ ଅଛନ୍ତି । ଫାର୍ମାସିଷ୍ଟ ପଦ ୫୮ରୁ ୫୦ଜଣ ଥିବା ସୂଚନା ଦିଆଯାଇଥିଲା । ସି.ଏଚ.ସି. ଓ ପି.ଏଚ.ସି.ସମେତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସିଡିଏମ.ଓ.ଡା.ଉର୍ମିଳା ମିଶ୍ର ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନୁଭବ ମହାନ୍ତି, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସଦସ୍ୟ ରାଜେଶ ଦାସ, ଆଇନଜୀବି ସଞ୍ଜୟ କୁମାର ଜେନା, ସିଡିଏମଓ ଉର୍ମିଳା ମିଶ୍ର, ଏଡିଏମଓ ଡା.ମିର୍ଜାବାବର ବେଗ, ଡା. କିଶୋର କୁମାର ଆଚାର୍ଯ୍ୟ, ଡା.କିଶୋର ମିଶ୍ର, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ଦେହୁରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ