ଜିଲ୍ଲା ସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପ୍ୟାରେଡ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ପୋଲିସ ପଡିଆଠାରେ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଉପସ୍ଥିତ ଜନତାକୁ ଉଦ୍ବୋଧନ ଦେଇ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଆଜିର ପବିତ୍ର ଦିବସରେ ସବୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନପକାଇବା ସହ ଆମ ଜିଲ୍ଲା, ଆମ ରାଜ୍ୟ ଏବଂ ଦେଶର ଉନ୍ନତୀ ପାଇଁ ଶପଥ ନେବା । ଆମର କୃଷି ଓ କୃଷକର ଉନ୍ନତୀ ନିମନ୍ତେ କାର୍ଯ୍ୟ କରିବା, ସେଥି ମଧ୍ୟରୁ କାଳିଆ ଯୋଜନାର ଏକ ଉଦାହରଣ ଦେଇଥିଲେ । ଗଂଜାମ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ମଧ୍ୟ ଉଦାହରଣ ସୃଷ୍ଟି କରିଛି । ମୋ ସ୍କୁଲ ଅଭିଯାନ, ପରିମଳ ବିଦ୍ୟାଳୟ, ପିଲା ଟିଏ ଗଛ ଟିଏ , ଅନନ୍ଦମୟ ଶିକ୍ଷା ପ୍ରଭୃତି ତାହାର ଉଦାହରଣ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହାସହିତ ପୁଲିସ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଜନସାଧାରଣ ନିରାମୟ ଜୀବନ ଯାପନ କରୁଛନ୍ତି । ଗ୍ରାମାଞ୍ଚଳ ବିକାଶ ହେଲେ ଜିଲ୍ଲା ଓ ରାଜ୍ୟର ଉନ୍ନତୀ ହେବ । ସେଥିପାଇଁ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଆମ ଗାଁ ଆମ ବିକାଶ ଯୋଜନା ପ୍ରଭୃତି ମାଧ୍ୟମରେ ଗ୍ରାମାଞ୍ଚଳ ବିକାଶ ହେଉଛି । ଏହି ପବିତ୍ର ଦିବସ ଅବସରରେ ସମାଜର ଉନ୍ନତୀ ପାଇଁ ସମସ୍ତଙ୍କ ସହଯୋଗ ଦରକାର ପଡୁଛି । ଆସ ଆମେ ସମସ୍ତେ ମିଳିମିଶି ଜିଲ୍ଲାର ବିକାଶ କରିବା ଉପରେ ମଧ୍ୟ କହିଥିଲେ । ଏଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ୫ଟି ମୂଳମନ୍ତ୍ର ଅନୁସାରେ ଟ୍ରାନସଫାରସେନ କରିବା, ଟାଇମ ଲାଇନ ଅନୁସାରେ କାମ କରିବା, ଟ୍ରାନସଫରେନସି ରଖିବା ଏବଂ ଟେକନୋଲିଜର ସାହାର୍ଯ୍ୟ ନେବା । ଏହାଦ୍ୱାରା ଆମ ଜିଲ୍ଲା ଓ ରାଜ୍ୟକୁ ପ୍ରଗତି ପଥେ ନେଇ ପାରିବା । ତାସହିତ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାକୁ ସଫା ସୁତରା ରଖିବା ପାଇଁ ପ୍ରତିଜ୍ଞା କରିବା, ପ୍ଲାଷ୍ଟିକ କୁ ନା, ବାହରେ ମଳତ୍ୟାଗ କୁ ନା କହିବା, ବାଲ୍ୟ ବିବାହକୁ ନା, ବାଲି ଶ୍ରମିକ କୁ ନା, ନିଜ ଘରେ ଡଷ୍ଟବିନ ବ୍ୟବହାର କରିବା, ବୃକ୍ଷ ରୋପଣ କରିବା, ଆମ ଅଂଚଳ ସବୁଜ ରଖିବା, ନାରୀର ସମ୍ମାନ ପାଇଁ କାମ କରିବା, ଝିଅ ଜନ୍ମକୁ ସ୍ୱାଗତ କରିବା ସହିତ ସମସ୍ତେ ମିଳିମିଶି କାମ କରି ଜିଲ୍ଲା , ରାଜ୍ୟ ଓ ଦେଶର ଉନ୍ନତୀ କରିବା ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜ ଅଭିଭାଷଣରେ କହିଥିଲେ । ଆଜିର ଏହି ପ୍ୟାରେଡରେ ଗଂଜାମ ପୁଲିସ ବିଭାଗର ଏପିଆର ଫୋର୍ସ, ଗୃହରକ୍ଷୀ ବାହିନୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନେଭାଲ ଉଇଙ୍ଗ୍, ପିଏନୟୁଏ କଲେଜ ସିଭିଲ ଟ୍ରୁପ ସମେତ ୩୮ଟି ଦଳ ପ୍ୟରେଡ୍ ରେ ଅଂଶ ଗ୍ରହଣ କରିଥିଲେ । ପୋଲିସ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର ଓ ଏସ.କେ ବାରିକ ପ୍ୟାରେଡ୍ ପରିଚାଳନା କରିଥିଲେ । ୭୩ତମ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଟ୍ରଫି ଏବଂ ସାଟିଫିକେଟ୍ ପ୍ରଦାନ କରିଥିଲେ । ଏହି ପ୍ୟାରେଡ୍ ଉତ୍ସବରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ , ଛତ୍ରପୁର ବିଧାୟକ ଡାକ୍ତର ସୁବାଷ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଗଂଜାମ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ ଓ ସୀତାରାମ ଶତପଥୀ, ଡିଏସପି ଏସ.ପ୍ରଧାନ ଓ ପି.କେ ଦଳାଇ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ, ଛତ୍ରପୁର ପୋଲିସ ଏସଡିପିଓ ଉକ୍ରଳ କେଶରୀ ଦାଶ,ଛତ୍ରପୁର ଥାନା ଅଧିକାରି ପ୍ରିୟସ ରଂଜନ ଛୋଟରାୟ ,ଗଂଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ , ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ ଏବଂ ଗଂଜାମ ଜିଲ୍ଲାପାଳଙ୍କ ସହଧର୍ମଣୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମଙ୍କୁ ଜିଲ୍ଲା ଓ ସୂଚନା ଲୋକ ସଂପର୍କ ଅଧିକାରୀ ବିରଞ୍ଚିନାରାୟଣ ପ୍ରଧାନ ଓ ତାଙ୍କ କର୍ମଚାରୀ ମାନେ ପରିଚାଳନା କରିଥିଲେ । ପ୍ୟାରେଡ ପରେ ଦିନ ଅପରାହ୍ନ ୨ଟାରେ ଡିଆଡିଏ ସମ୍ମିଳନୀ କକ୍ଷରେ ବହୁଭାଷୀ କବିତା ପାଠୋତ୍ସବା ହୋଇଥିବା ବେଳେ ଷ୍ଟାଡିୟମ ଠାରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲ।। ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମେବାଧକ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ