ଜିଲ୍ଲା ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ପାଳନ
ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ରେ ଜିଲ୍ଲା ସ୍ତରୀୟ, ୭୬ ତମ ଗଣତନ୍ତ୍ର ଦିବସ ରିଜର୍ଭ ପୁଲିସ ଗ୍ରାଉନ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ ) ଗଣତନ୍ତ୍ର ଦିବସ ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାକୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଏବଂ ଜିଲ୍ଲାପାଳ ସମ୍ବଲପୁର କହିଥିଲେ ଆମ ଭାରତ ଦେଶର ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ସମସ୍ତଙ୍କ ସମ୍ମୁଖ ରେ ଛିଡା ହେବା ଉଭୟ ଏକ ସମ୍ମାନ ଏବଂ ସୌଭାଗ୍ୟର ବିଷୟ। ଆଜି ଆମେ ସେହି ଦିନକୁ ମନେ ପକାଉଛୁ ଯେତେବେଳେ ଆମ ସମ୍ବିଧାନ କାର୍ଯ୍ୟକାରୀ ହେଲା ଏବଂ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ଗଣତନ୍ତ୍ରରେ ପରିଣତ କରାଗଲା।ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇବା ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରା ର ଆଦର୍ଶ ପ୍ରତି ଆମର ପ୍ରତିବଦ୍ଧତାକୁ ନବୀକରଣ କରିବାର ଦିନ । ଆମ ଲୋକଙ୍କ ସମୃଦ୍ଧ ସଂସ୍କୃତି, ଇତିହାସ ଓ ପରମ୍ପରା ହେଉଛି ସେହି ଭିତ୍ତିଭୂମି ଯାହା ଉପରେ ଆମ ଗଣତନ୍ତ୍ର ସୁଦୃଢ଼ ରହିଛି। ସମ୍ବଲପୁରବାସୀଙ୍କ ମଧ୍ୟ ଏହି ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ଭଳି ବିଭିନ୍ନ କ୍ଷେତ୍ରରେ ଏହି ଜିଲ୍ଲାରେ ଅବିଶ୍ୱସନୀୟ ଅଗ୍ରଗତି ହୋଇଛି। ସମ୍ବଲପୁର ମାଟିର ସ୍ୱାଧୀନତା ସଂଗ୍ରାମୀ ଯଥା ବୀର ସୁରେନ୍ଦ୍ର ସାଏ, ଛବିଲ ସାଏ, ଉଦନ୍ତ ସାଏ ବିଷୟରେ ମଧ୍ୟ କହିଥିଲେ।ଜିଲ୍ଲାପାଳ ଙ୍କ ର ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲା ପରେ ପ୍ରଜ୍ଞାପନ ମେଢ ପଦର୍ଶନ ,ସାଂସୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ର ଆୟୋଜନ କରଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀ ମାନଙ୍କୁ ମିଷ୍ଠାନ୍ନ ଓ ଫଳ ବଣ୍ଟନ କରିବା ସହିତ ଓଡିଶା ସାଂସ୍କୃତିକ ସମାଜ ସଭାଗୃହରେ ଉତ୍ସର୍ଗ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ପ୍ରଶାସନ ଦ୍ଵାରା ଆୟୋଜିତ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ଯାଚ ରେ ଯୋଗ ଦେଇଥିଲେ।ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ପ୍ରଜ୍ଞାପନ ମେଢ ଏବଂ ସାଙ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରିଥିବା ଦଳ ଙ୍କୁ ପୁରସ୍କୃତ କରଯାଇଥିଲା। ପ୍ରଜ୍ଞାପନ ମେଢ ରେ ଅଂଶ ଗ୍ରହଣ କରଥିବା ବିଭାଗ ମଧ୍ୟ ରେ ସଡକ ସୁରକ୍ଷା, ଆଞ୍ଚଳିକ ପରିବହନ(ଆରଟିଓ) ପ୍ରଥମ ସ୍ଥାନ, ଏସଏମସି, ସାନିଟେସନ, ସମ୍ବଲପୁର ଦ୍ଵିତୀୟ ସ୍ଥାନ, ସେଣ୍ଟ ଜନ ସ୍କୁଲ, ତୃତୀୟ ସ୍ଥାନ ରେ ପୁରସ୍କୃତ ହୋଇଥିଲେ। ଗଣତନ୍ତ୍ର ଦିବସ ରେ ସମୁଦାୟ ୩୯ ଟି ପାରେଡ ଟୃପ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟ ରୁ ସିନିଅର ଡିଭିଜନ ରେ ଆରମି ୱିଙ୍ଗ ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି, ଜୁନିଅର ବର୍ଗ ରେ ଏନସିସି (Boys) ଗୁରୁ ନାନକ ପବ୍ଲିକ ସ୍କୁଲ ପ୍ରଥମ ସ୍ଥାନ,ସୈନିକ ସ୍କୁଲ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଛନ୍ତି,ସିଭିଲିଆନ ବର୍ଗ ରେ ରେ ବିକାଶ ଦି କନସେପ୍ଟ ସ୍କୁଲ ପ୍ରଥମ ସ୍ଥାନ,ଏସଡ଼ିଏସ ସରକରୀ ଉଚ ବିଦ୍ୟାଳୟ,ବଡ ବଜାର ଦ୍ଵିତୀୟ ସ୍ଥାନ,ନୁର୍ଶିଙ୍ଘ ଗୁରୁ ଟାଉନ ଉଚ ବିଦ୍ୟାଳୟ ତୃତୀୟ ସ୍ଥାନ ଏବଂ ଶାନ୍ତନାମୂଳକ ରେ ସିଭିଲିଆନ ସେଭେନ ହିଲ ରେସିଡେନ୍ସିଆଲସ୍କୁଲ କୁ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀ ରେ ପ୍ରତ୍ୟୁଷ ୫.୩୦ ଘଟିକା ସମୟରେ ସହର ର ମୁଖ୍ୟ ରାସ୍ତା ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିଲା।ଏହା ପରେ ମୁଖ୍ୟଅତିଥି ଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ଅବସ୍ଥାପିତ ବର ପୁତ୍ର ମାନଙ୍କ ର ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ। ପ୍ରଶାସନ ଦ୍ଵାରା ଆୟୋଜିତ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ଯାଚ 4ସି ପଡିଆରେ ହୋଇଥିଲା। ସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୂଚାରୁ କୁମାର ବଳ, ସମ୍ବଲପୁର ମହାନଗର ନିଗମ ର କମିଶନର ଶ୍ରୀ ବେଦଭୂଷଣ(ଆଇଏଏସ), ଉପଜିଲ୍ଲାପାଳ, ସଦର ସମ୍ବଲପୁର- ଡ.ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


