ଜିଲ୍ଲା ସ୍ଥରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ
ନବରଙ୍ଗପୁର,(ୱାଏନଏସ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଅଧିନସ୍ଥ ନବରଙ୍ଗପୁର ଜିଲ୍ଲାର ବିଦ୍ୟାଳୟ ମାନଙ୍କର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗୀଫୁଲ-୨୦୨୪ ପାପଡ଼ାହାଣ୍ଡି ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି । ଏହା ତା ୧୭.୧୧.୨୦୨୪ ଠାରୁ ତା- ୧୯.୧୧. ୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ ଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମିହିର ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚ଼ନ୍ଦ୍ର ନୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରଓ୍ୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ,ଶ୍ରୀଯୁକ୍ତ ରାଜୀବ ଲୋଚ଼ନ ସାହୁ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ନବରଙ୍ଗପୁର, ଶ୍ରୀଯୁକ୍ତ କମଳାକାନ୍ତ ପ୍ରହରାଜ, ଶିକ୍ଷାମଣ୍ଡଳାଧୀଶ, କଳାହାଣ୍ଡି ଜୋନ୍, ଭବାନୀପାଟଣା, ଶ୍ରୀଯୁକ୍ତ ପାଲାକା ରବିନ୍ଦ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ନବରଙ୍ଗପୁର, ଶ୍ରୀଯୁକ୍ତ କୈଳାଶ ଚ଼ନ୍ଦ୍ର ମହାରଣା, ଜିଲ୍ଲା ଶିକ୍ଷା ନିରୀକ୍ଷକ, ନବରଙ୍କପୁର, ଶ୍ରୀଯୁକ୍ତ କପିଳଦେବ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପାପଡ଼ାହାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ତିନିଦିନ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭାଗ ଦ୍ୱାରା ପରିଚାଳିତ ୯୯ଟି ଅନୁଷ୍ଠାନର ପ୍ରାୟ ୩୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପାଲକା ରବିନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଉଦ୍ ଘାଟନୀ ଅଭିଭାଷଣରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିଥିଲେ । ଆଧୁନିକ ସମାଜ ସହ ତାଳ ଦେଇ ଦୃଢ ଓ ନିରନ୍ତର ପ୍ରୟାସ ସହ ନିଜ ନିଜ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଯିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ ।କାର୍ଯ୍ୟକ୍ରମ ରେ ବିଜ୍ଞାନମେଳା ବୁଲି ଦେଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ । ଏହି ମହୋତ୍ସବ ମାଧ୍ୟମରେ ବିଭାଗର ବିଭିନ୍ନ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ତିନିଦିନ ଧରି ସରଗିଫୁଲ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ । ଏହି ଉତ୍ସବ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟ ଜାରି ରହିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ମତବ୍ୟକ୍ତ କରିଥିଲେ ।