ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାରେ ଯେଉଁଠି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦେଖାଯାଉଛି ସେହି ଅଂଚଳରେ ଜନ ପ୍ରତିନିଧି, ଗୋଷ୍ଠୀ, ଗ୍ରାମ୍ୟ ଲୋକଙ୍କୁ ସଂପୃକ୍ତ କରାଇ ସଚେତନତା ଓ ଡେଙ୍ଗୁ ଲାର୍ଭା ସୃଷ୍ଠି ହେଉଥିବା ସାଧନର ମୁଳ ଉପ୍ତାଡନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏକ ଜୁମ୍ ଆଭାସୀ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଆଲୋଚନା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କଥା ପ୍ରକାଶ କରିଥିଲେ । ଜିଲ୍ଲାର ଅନେକ ଅଂଚଳରେ ଡେଙ୍ଗୁ ଉପଦ୍ରବ ବଢୁଥିବା ଖବର ଆସୁଛି ଏବଂ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ଜଣଙ୍କର ପ୍ରାଣହାନୀ ଘଟିଛି । ତେଣୁ ଡେଙ୍ଗୁର ବିଲୋପ ସକାଶେ ସଚେତନତା, ସଫେଇ, ଡେଙ୍ଗୁର ନମୁନା ସଂଗ୍ରହ ଏବଂ ଚିକିତ୍ସାକୁ ବ୍ୟାପକ କରିବା ଘେନି ମତ ପ୍ରକାଶ ପାଇଛି । ଡେଙ୍ଗୁର ଲାର୍ଭା ଜନ୍ମ ହେଉଥିବା ସ୍ଥାନ କେଉଁଠି ତାହା ସମସ୍ତେ ଜାଣନ୍ତୁ ଏବଂ ନିଜ ଘର ଚାରିପଟ ଅଂଚଳରେ ସଫେଇ କରି ଲାର୍ଭା ଜନ୍ମ ଯେପରି ହେବ ନାହିଁ ତାହାର ପ୍ରତିକାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ପ୍ରତି ଶୁକ୍ରୁବାର ଦିନ ଅନୁଷ୍ଠିତ ହେଉଥିବା ଡ୍ରାଏ ଡେ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ କୁହାଯାଇଅଛି । ଜିଲ୍ଲାରେ ସର୍ବାଧିକ ୧୫୬୯ ଜଣଙ୍କ ଠାରେ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ଗତକାଲି ସୁଦ୍ଧା ୧୫୫ ଆଦିବାସୀ ଏବଂ ୯୩ ଜଣ ସ୍ଥାନାନ୍ତର ବ୍ୟକ୍ତିଙ୍କ ଠାରେ ଏହିଭଳି ସର୍ବ ମୋଟ ୧୯୮ ଜଣଙ୍କ ଠାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ତଥ୍ୟରୁ ପ୍ରକାଶ କରାଯାଇଛି । ଚିକିଟି ବ୍ଲକର ସୁମାଣ୍ଡିରେ ୧୭ ଜଣ ଏବଂ ମୁନିଷିପେଣ୍ଠର ବି. ଆର୍ଯ୍ୟପଲ୍ଲୀ ରେ ୨୯ ଜଣଙ୍କ ଠାରେ ଡେଙ୍ଗୁ ରୋଗ ଚିହ୍ନଟ ହୋଇ ଚିକିତ୍ସା କରାଯାଉଅଛି । ଯାହାକି ଜିଲ୍ଲାର ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ଜଣାପଡେ । ଡେଙ୍ଗୁ ବିରୋଧି ସଚେତନତା ମାସ ପାଳନ କରାଯାଇ ଗ୍ରାମ୍ୟ କଲ୍ୟାଣ ସମିତି ସ୍ତରରେ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ, ସ୍ଥାନୀୟ ଲୋକ, ଜନ ପ୍ରତିନିଧି, ଏଏନଏସମ, ଆଶା, ମାସ୍ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ଅନ୍ତର୍ଭୁକ୍ତ କରି ସଚେତନତା କାର୍ଯ୍ୟ ଗୃହକୁ ଗୃହ ବୁଲି ଲାର୍ଭା ଜନ୍ମ ଗ୍ରହଣ କରୁଥିବା ସ୍ଥାନ ସଂପର୍କରେ ସଚେତନତା ଏବଂ ସଫେଇ କାର୍ଯ୍ୟକୁ ବ୍ୟାପକ ସହିତ ରାତ୍ରି ସମୟରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମା ଶଙ୍କର ମିଶ୍ର ଅବଗତ କରାଇଥିଲେ । ରାଜ୍ୟର ଖୋର୍ଦ୍ଦା ଏବଂ ରାଉରକେଲା ଅଂଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ମତ ପ୍ରକାଶ ପାଇଥିଲା । ତାହାକୁ ଭିତ୍ତି କରି ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ଥିବା ଆକଳନରୁ ଜଣାପଡିଛି । ଜିଲ୍ଲାର ଅଧିକାଂଶ ଚିକିତ୍ସାଳୟ ଗୁଡିକରେ ସଠିକ୍ ସଫେଇ ହେଉନାହିଁ । ଯେଉଁ ଏଜେନ୍ସିକୁ ସଫେଇ କାର୍ଯ୍ୟ ଦିଆଯାଉଛି ସେମାନେ ସଫେଇ ପରିଚାଳନା ଠିକ୍ ରୂପେ ହେଉନଥିବା ଜଣାପଡିଛି । ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଦିଗରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଗୁରୁତ୍ୱ ଦେଇଥିଲେ । ଏଣିକି ଯେଉଁ ଚିକିତ୍ସାଳୟର ସଫେଇ ବ୍ୟବସ୍ଥା ଠିକ୍ ନଥିବ ତେବେ ସଂପୃକ୍ତ ସଫେଇ ସଂସ୍ଥା ସମେତ ସଂପୃକ୍ତ ଚିକିତ୍ସାଳୟର ଚିକିତ୍ସାଧିକାରୀଙ୍କୁ ଦାୟୀ କରାଯିବ । ଚିକିତ୍ସାଳୟ ଗୁଡିକୁ ଜିଲ୍ଲାପାଳ ନିଜେ ଅଚାନକ ପରିଦର୍ଶନ କରିବେ । ଜିଲ୍ଲାରେ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପରି “ମୋ ହସ୍ପିଟାଲ ମୋ ଗର୍ବ” କାର୍ଯ୍ୟକ୍ରମ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଯେଉଁ ଚିକିତ୍ସାଳୟରେ ଭିତ୍ତି ଭୂମି ନାହିଁ ଭିତ୍ତି ଭୂମି ନିର୍ମାଣ କରାଯିବା । ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେ ଦିଗରେ ଅଧିକ ଧ୍ୟାନ ଦିଆଯିବା । କାୟାକଳ୍ପ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ ଜଣାଇଥିଲେ । ଜୁମ୍ ଆଭାସୀ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନ ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ୱ, କୀର୍ତ୍ତି ୱାସନ୍ , ଭଞ୍ଜନର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ