ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତିଙ୍କ ଜିଲ୍ଲାପାଳଙ୍କୁ ସୈାଜନ୍ୟମୂଳକ ସାକ୍ଷାତ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତି ବିମ୍ବାଧର ମୁଦୁଲି ଶୁକ୍ରବାର ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ସଭାପତି ଶ୍ରୀ ମୁଦୁଲି ଆଜିର ଯୁବସମାଜକୁ ଗାନ୍ଧୀବାଦୀ ନୀତି ଓ ଆଦର୍ଶରେ ଅନୁପ୍ରେରିତ କରିବା ପାଇଁ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଭବନ ଯଥାଶୀଘ୍ର ନିର୍ମାଣ କରାଯିବାକୁ ମଧ୍ୟ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଆଗାମୀ ଦିନରେ ସଂଗ୍ରାମୀମାନଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମୀ ସମିତି ସମ୍ପାଦକ ଗୋପାଳକୃଷ୍ଣ ଜେନା, ଉତ୍ତରଦାୟାଦ ସଙ୍ଘର ସମ୍ପାଦକ ପଦ୍ମନାଭ ଦାସ, ସଂଗଠନ ସମ୍ପାଦକ ତୁଷାରକାନ୍ତି ଘୋଷ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ ।