ଜିଲ୍ଲା ସ୍ୱାସ୍ଥ୍ୟ କାୟାକଳ୍ପ ଟିମ୍‌ର ହିଞ୍ଜିଳିକାଟୁ ଡ଼ାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ସ୍ୱାସ୍ଥ୍ୟ କାୟାକଳ୍ପ ଟିମ୍‌ର ସଦସ୍ୟ ମାନେ ପରିଦର୍ଶନ କରିବା ସହ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରି ଫେରିଛନ୍ତି । ଶୁକ୍ରବାର ଅପରାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ କାୟାକଳ୍ପ ଟିମ୍‌ର ସଦସ୍ୟ ମାନେ ଚିକିତ୍ସାଳୟକୁ ଆସି ସ୍ୱାସ୍ଥ୍ୟ ସେବା, ଚିକିତ୍ସାଳୟ ପରିସରର ସ୍ୱଚ୍ଛତା ପରଖିବା ସହ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରିବା ଓ ଚିକିତ୍ସାଳୟ ପରିସରକୁ ଅଧିକ ସୁନ୍ଦର ଓ ସ୍ୱଚ୍ଛତା କରିବା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅସ୍ନ୍‌ା ୨୭ ତାରିଖ ପରେ ରାଜ୍ୟ ସ୍ୱାସ୍ଥ୍ୟ କାୟାକଳ୍ପ ଟିମ୍ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଏଡ଼ିସିନାଲ ଧାଇରେକ୍ଟର ଅଫ୍ ପବ୍ଳିକ ହେଲ୍‌ଥ ତଥା ବ୍ରହ୍ମପୁର ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ମନୋଜ କୁମାର ପଣ୍ଡା, ବ୍ରହ୍ମପୁର ସିଟି ପ୍ରେଗାମ ମେନେଜର ଲମ୍ବୋଦର ଦିଗାଲ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତଥା ସହକାରୀ ପୋଗ୍ରାମ ମ୍ୟାନେଜର ଗୌତମ କୁମାର ସାମଲ ପ୍ରମୁଖ ପରିଦର୍ଶନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ କାୟାକଳ୍ପ ଟିମ ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର , ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ପ୍ରିୟଙ୍କା ଦାଶ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ , ଏକାଉଂଟଟେଣ୍ଡ ସତ୍ୟ ପଟ୍ଟନାୟକଙ୍କ ସମେତ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ