ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ପ୍ରତିବାଦରେ ଆଜି ରାସ୍ତାରୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ଆସନ୍ତା ସୋମବାର ୫ନମ୍ବର(କ) ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାସ୍ତାକୁ ଦୁହୁରିଆ ଠାରେ ଅବରୋଧକରି ରାସ୍ତା ରୋକ କରିବେ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ହାଇୱା ଗାଡି ଗୁଡିକରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ସେମାନେ ଗତ ୧୭ତାରିଖ ଠାରୁ ଗୋଗୁଆଛକରେ ଧାରଣା ଦେଇଥିବା ବେଳେ ଗତ ୧୯ତାରିଖ ଠାରୁ ଦୁହୁରିଆ ଠାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାରେ ଧର୍ମଘଟ ଆରମ୍ଭ କରି ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଠପ କରିଦେଇଛନ୍ତି । ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଦୁଇ ଦୁଇ ଥର ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସେମାନେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ହାଇୱା ଗାଡିମାଲିକମାନେ ବେଆଇନ ଭାବେ ଯୋରିମାନା ଦେଉଥିବାରୁ ସେମାନେ ଏହାର ପ୍ରତିବାଦ କରିଛନ୍ତି । ହାଇୱା ଗାଡି ଗୁଡିକ ଜିଲ୍ଲା ପ୍ରଶାସନର ସ୍ୱିକୃତିପ୍ରାପ୍ତ ବାଲିଖାଦାନ ଲିଜଧାରୀଙ୍କ ଠାରୁ ବାଲି ବୋଝେଇକରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ନେଇ ଯାଉଥିବା ସମୟରେ ସେମାନଙ୍କ ଗାଡି ଗୁଡିକୁ ବେଆଇନ ଭାବେ ରାସ୍ତାରେ ଅଟକାଯାଇ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଜୋରିମାନା ଆଦାୟ କରାଯାଉଛି । ହାଇୱା ଗାଡି ଗୁଡିକ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱିକୃତିପ୍ରାପ୍ତ ବାଲିଖାଦାନରେ ବାଲି ବୋଝେଇ କରିବା ପରେ ଲିଜଧାରୀ ସେହି ଗାଡି ଗୁଡିକୁ ନିର୍ଭୁଲ ୱାଇ ଫର୍ମ ଯୋଗାଇ ଦେବା ସହ ଗାଡିରେ ବୋଝେଇ ହୋଇଥିବା ବାଲର ପରିମାଣ ଓଜନକରି ସେବାବଦରେ ପ୍ରମାଣପତ୍ର ଗାଡି ଚାଳକକୁ ଦେବା କଥା । କିନ୍ତୁ ସଂପୃକ୍ତ ବାଲିଖାଦାନ ଲିଜଧାରୀଙ୍କ ପକ୍ଷରୁ ଗାଡିକୁ ପ୍ରଦାନ କରୁଥିବା ୱାଇଫର୍ମ ତୃଟିଯୁକ୍ତ ରହୁଥିବା ଓ ଗାଡିରେ ଥିବା ବାଲିର ଓଜନ ପ୍ରମାଣପତ୍ର ନଥିବାରୁ ରାସ୍ତାରେ ସେହି ଗାଡି ଗୁଡିକୁ ପୋଲିସ, ତହସିଲଦାର ଓ ଆଂଚଳିକ ପରିବହନ ଅଧିକାରୀ ଅଟକାଇ ୱାଇଫର୍ମ ତୃଟି ଥିବା ଏବଂ ଓଭରଲୋଡିଂ ହୋଇଥିବା କହି ଅଯଥାରେ ଓ ଅନ୍ୟାୟ ଭାବରେ ଗାଡିରୁ ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଠାରୁ ଲିଜ ନେଇଥିବା ବାଲିଖାଦାନଧାରୀ ସଠିକ ୱାଇଫର୍ମ ପ୍ରଦାନ କରିବା ଏବଂ ଗାଡିରେ ବୋଝେଇ ବାଲିର ପରିମାଣ ସମ୍ପର୍କରେ ପ୍ରମାଣପତ୍ର ଦେବା ବିଷୟରେ ତଦାରଖ କରିବା ଦାୟୀତ୍ୱ ହେଉଛି ଜିଲ୍ଲା ପ୍ରଶାସନର । ଏଥି ପାଇଁ ଗାଡି ମାଲିକମାନେ ଦାୟୀ ନୁହନ୍ତି ବୋଲି ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାରୁ ବାଲି ବୋଝେଇ ହାଇୱା ଗାଡିକୁ ରାସ୍ତାରେ ଅଟକାଯାଇ ବେଆଇନ ଭାବେ ଜୋରିମାନା ଆଦାୟ କରିବା ଦ୍ୱାରା ଗାଡିମାଲିକଙ୍କ ଜୀବିକା ଉପରେ ଏହାର ଗୁରୁତ୍ତର ପ୍ରଭାବ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଙ୍ଘ ପକ୍ଷରୁ ସମସ୍ୟାର ସମାଧାନ କରାଯିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସଙ୍ଘର ସଭାପତି ନାରାୟଣ ସ୍ୱାଇଁ ଓ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ର ଦାବୀପତ୍ର ପ୍ରଦାନ କରିବା ପରେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସଙ୍ଘ ପକ୍ଷରୁ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରାଯାଇଥିଲା । ଶେଷରେ ସଙ୍ଘ ପକ୍ଷରୁ ରାସ୍ତାରୋକ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ପରେ ଏସମ୍ପର୍କରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ରାଜସ୍ୱ ସଚିବ,ପରିବହନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଦିଆଯାଇଛି ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ସଙ୍ଘର ସଦସ୍ୟମାନଙ୍କ ମଧ୍ୟରେ ଦୀପକ କୁମାର ସାହୁ, ପ୍ରଦୀପ ଭଳ, ସେକ ମନସୁର, ଉମେଶ କୁମାର ରାଉତ, ତପନ ସାହୁ, ସେକ ମେହେବୁବ, କିଶୋର କୁମାର ରାଉତ, ସୁଶାନ୍ତ ପଣ୍ଡା, ସଚିଦାନନ୍ଦ ପତି, ବିଭୁତି ଭୂଷଣ ନାୟକ,ରଞ୍ଜନ କୁମାର ଭୋଳ, ଚନ୍ଦ୍ର ଶେଖର ସ୍ୱାଇଁ, ଉପେନ୍ଦ୍ର ଦାସ, ପ୍ରଦୀପ୍ତ ରଞ୍ଜନ ଦାସ, ନିରାକାର ସାହୁ, ପ୍ରମୋଦ କୁମାର ଦାସ, ସନ୍ଦୀପ ନାୟକ, ମହମ୍ମଦ ଫାୟାଜ, ଗୋଲେଖ ଚନ୍ଦ୍ର ବଳ, ସେକ ଅବଦୁଲ ରସିଦ, ମୀଲୁ ସେଠୀ, ରଞ୍ଜନ କୁମାର ଭଳ, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ସାହୁ, ସେକ ମସକୁର ହୋସେନ, ମାନସରଞ୍ଜନ ପଟ୍ଟନାୟକ, ନିୟାଜୁଦ୍ଦିନ ସେକ, ମହମ୍ମଦ ଫରିଦ, ସେକ ଅଫତାବ, ଶ୍ରୀଧର ଦାସ, ଦେବଦାସ ନାୟକ, ପ୍ରିତିଶ କୁମାର ବିଶ୍ୱାଳ, ସେକ ଅରମାନ, ସେକ ଲିୟାଜତ, ଅଜୟ ରାଉତ ପ୍ରମୁଖ ଶତାଧିକ ସଙ୍ଘର ସଦସ୍ୟମାନେ ଏହି ରାସ୍ତାରୋକ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ