ଜିଲ୍ଳାପାଳଙ୍କ ଜିଲ୍ଳାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର
ପାରାଦୀପ, (ପୀତବାସ ପ୍ରଧାନ) :-ଆଜି ପୂର୍ବାହ୍ନରେ ଜଗତ୍ସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଳକ ସୂଚନା କେନ୍ଦ୍ର ପରିସରରେ ଜିଲ୍ଲା ପସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଯୋଗଦେଇ ଜିଲ୍ଳାପାଳ ପାରୁଲ ପଟୱରୀ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂହ ଉପସ୍ଥିତ ଥିଲେ । ଏହି ମିଳିତ ଅଭିଯୋଗ ଶିବିରରେ ମୋଟ ୨୧୬ଟି ଅଭିଯୋଗ ପଞ୍ଜିକୃତ ହୋଇ ଶୁଣାଣୀ ହୋଇଥିଲା । ସେଥି ମଧ୍ୟରୁ ଗ୍ରାମ ଓ ଗୋଷ୍ଠିଗତ ସମସ୍ୟା ୩୧ଟି, ଓ ୧୮୫ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିୟ ଅଭିଯୋଗର ଶୁଣାଣୀ ହୋଇଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ୧୦୬ଟି ଆବାସ ସମ୍ପର୍କିୟ, ଜମିବାଡି ସଂକ୍ରାନ୍ତ ସମସ୍ୟା ୧୭ଟି, ସାଧାରଣ ବଂଟନ ବ୍ୟବସ୍ତା ସଂକ୍ରାନ୍ତ ୨୧ଟି ଭତା ସଂକ୍ରାନ୍ତ ୭ଟି, ରେଡକ୍ରସ ସହାୟତା ସଂକ୍ରାନ୍ତରେ ୩ଟା, କୃଷି ସମ୍ପର୍କିୟ ୪ଟି, ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ସହାୟତା ୧ଟି, ଶୌଚଳାୟ ସଂକ୍ରାନ୍ତରେ ୨ଟି, ନ୍ୟାୟିକ ସହାୟତା ଉପରେ ୨ଟି ଓ ଅନ୍ୟାନ ୨୨ଟି ଅଭିଯୋଗର ମିଳିତ ଜନଶୁଣାଣୀ ହୋଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୩ଚକିଆ ଗାଡି ସମେତ ଭିନ୍ନ କ୍ଷମ ଉପକରଣ ତତ୍କ୍ଷଣାତ ପ୍ରଦାନ କରାଯାଇଥିଲା । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଳାପାଳ ପାରୁଲ ପଟୱାରୀଙ୍କ ସମେତ, ଜଗତ୍ସିଂହପୁରର ଅତିରିକ୍ତ ଜିଲ୍ଳାପାଳ ସଚିଦାନନ୍ଦ ସାହୁ, ଉପଜିଲ୍ଳାପାଳ ଧର୍ମେନ୍ଦ୍ର ମଲ୍ଳିକ, କୁଜଙ୍ଗ ତହସିଲଦାର ପ୍ରିତୀପର୍ଣ୍ଣା ମିଶ୍ର ଓ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହି ଏବଂ ସମସ୍ତ କ୍ଷତ୍ରିୟ ଅଧିକାରୀ ଓ ଜନସାଧାଣ ଉପସ୍ଥିତଥିଲେ ।