ଜିଲ୍ଳାସ୍ତରୀୟ ନିରଙ୍କାରୀ ମହିଳା ସନ୍ଥ ସମାବେଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ପରିସରରେ ସୋମବାର ଗଞ୍ଜାମ ଜିଲ୍ଲାସ୍ତରୀୟ ଦ୍ଵିତୀୟ ନିରଙ୍କାରୀ ମହିଳା ସନ୍ଥ ପବିତ୍ର ସମାବେଶ ଏକ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶରେ ଶୁଭାରମ୍ଭ ହୋଇଛି। ପରମପୂଜ୍ୟ ସଂଯୋଜକ ଏନ୍. ରଘୁନାଥ ଜୀ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉଲକେଲା ର ପ୍ରଚାରିକା ସନ୍ଥ ପୂଜନୀୟା ମିନତୀ ତ୍ରିପାଠୀ ଜୀ ଯୋଗ ଦେଇଥିଲେ। ଏହି ଅବସରରେ ମହିଳାସନ୍ଥ ଗଣ ପୁଷ୍ପମାଲ୍ୟ ଅର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ମଞ୍ଚସ୍ଥଳକୁ ପାଛୋଟି ନେଇଥିଲେ। ଏହି ପରିପ୍ରେକ୍ଷୀରେ ପୁଜନୀୟା ସନ୍ଥ ଜୀ ପ୍ରବଚନ ମାଧ୍ୟମରେ ମାନବିକତା ଓ ଆଧ୍ୟାତ୍ମିକତା ସନ୍ଦେଶ ସହ ନାରୀ ଜାତିର କଲ୍ୟାଣ ନିମିତ୍ତ ଦିବ୍ୟ ବାଣୀ ପ୍ରଦାନ କରିଥିଲେ। ନାରୀ ହେଉଛି ଏକାଧାରରେ ଜୟା, ଜନନୀ ଓ ଭଗିନୀ ସଦୃଶ୍ୟ ଏବଂ ନାରୀର କଲ୍ୟାଣରେ ସମଗ୍ର ମାନବ ଜାତିର କଲ୍ୟାଣ ନିହିତ ବୋଲି ବକ୍ତବ୍ୟ ରଖିଥିଲେ। ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ, ରମନ୍ତେ ତତ୍ର ଦେବତା ଅର୍ଥାତ୍ ଯେଉଁଠାରେ ନାରୀ ମାନଙ୍କୁ ସମ୍ମାନ ଓ ପୂଜା କରାଯାଏ ,ସେଠାରେ ଦେବତା ମାନଙ୍କ ଆବିର୍ଭାବ ହୋଇଥାଏ ବୋଲି ପୂଜନୀୟା ସନ୍ଥ ଜୀ ଦିବ୍ୟବାଣୀ ପ୍ରଦାନ କରିଥିଲେ। ସମାବେଶରେ ଡି. ପୁଷ୍ପାଞ୍ଜଳି ଓ କେ. ସୁଶୀଳା ମଞ୍ଚ ପରିଚାଳନା କରିଥିଲେ। ସେବାଦଳ ସଞ୍ଚାଳିକା ବିଜୟା ଲକ୍ଷ୍ମୀ,କେ. ପୁଷ୍ପା, ବି. ଜୟନ୍ତୀ, ଆର୍. ଭାରତୀ, ଆର୍. କବିତା, ଏସ . ରା ଜେଶ୍ୱରୀ,ଏନ. ସୁସ୍ମିତା, ଆର୍. ବାସନ୍ତୀ, ଏ.ଗୀତାଞ୍ଜଳୀ, ଏସ ଲାତାସା, ଭାଗ୍ୟଲତା ସେଠୀ, ପୁଷ୍ପା ପ୍ରଧାନ, ଲିଜା ନାୟକ, କାଜଲ ବିଷୋୟୀ, ରୀନା ଦାସ, ଯାଜ୍ଞସେନୀ ସ୍ବାଇଁ, ପି.ବିଷ୍ଣୁପ୍ରିୟା, ଜି ବାସନ୍ତୀ, କେ ରାଜେଶ୍ୱରୀ, ଗାୟତ୍ରୀ ସେଠୀ, ଗୀତା ବେହେରା, ଏମ.ପ୍ରକାଶ, ସୀମାଦ୍ରି ବେହେରା, କେ. ନାଗେଶ୍ଵର ରାଓ, ଡି. ଆଦିକନ୍ଦ, କେ. ଦୁର୍ଗା ପ୍ରସାଦ ରାଓ, ଏନ୍. ଆଶିଷ, ଡି. ବୁଦ୍ଧିଆ, ଜେ ଭାସ୍କର, ଆର୍. ମଧୁସୂଦନ, ବଂଶୀଧର ବେହେରା, ମୁନା ସାହୁ, ଲଡୁ ସେଠୀ, ଏସ ବିଜୟ, ଏସ. ଚକ୍ରପାଣି, ସନ୍ତୋଷ ସେଠୀ, ଏସ .କୁମାର, ଏସ. ସୁଶିଲ, ଏସ. ରବିନ୍ଦ୍ର, ଏ. ଅରକ୍ଷିତ, କାଳିଆ ଦାସ, ରାଜେନ୍ଦ୍ର ଗୌଡ଼, ଜେ. ଶଙ୍କର, କେ.କେଶବ,ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଳାର ବିଭିନ୍ନ କୋଣ ଅନୁକୋଣରୁ ପାଖାପାଖି ୪ ହଜାର ମହିଳା ସନ୍ଥ ସମାବେଶରେ ଯୋଗ ଦେଇଥିଲେ।