ଜିଲ୍ଳା ସ୍ତରୀୟ ସୁରଭିରେ ବେଲଗୁଣ୍ଠା ଛାତ୍ରୀଙ୍କ କୃତିତ୍ଵ ଦିବ୍ୟାଙ୍ଗ ସଙ୍ଗୀତରେ ସ୍ମୃତି ସ୍ୱାଇଁ ରାଜ୍ୟ ସ୍ତରକୁ ମନୋନୀତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବ୍ରହ୍ମପୁର ଭି.ଭି ଗିରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ବେଲଗୁଣ୍ଠା ବ୍ଳକ୍ ର ଚାରିଜଣ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ସହିତ ପୁରସ୍କାର ହାସଲ କରିଛନ୍ତି I କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସ୍ମୃତି ସ୍ୱାଇଁ ଦିବ୍ୟାଙ୍ଗ ସଙ୍ଗୀତ ପ୍ରତିଯୋଗିତାରେ ଉଚ୍ଚ କୋଟିର ପ୍ରଦର୍ଶନ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟତା ହାସଲ କରିଛନ୍ତି I ସେହିପରି ଏହି ଅନୁଷ୍ଠାନର ଏକାଦଶ ଶ୍ରେଣୀର ଛାତ୍ରୀ ଖୁସି ଗୌଡ଼ ଦିବ୍ୟାଙ୍ଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଲିପ୍ସା ବିଶ୍ୱାଳ କନିଷ୍ଠବର୍ଗ ସୃଜନଶୀଳ ଲିଖନରେ ଦ୍ୱିତୀୟ ସ୍ଥାନ ଏବଂ ବୋରୀପଦର ଶ୍ରୀ ଶାକମ୍ବରୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ସାହୁ ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ଉପସ୍ଥିତ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ସୁରଭିରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ସିଆରସିସି ରମେଶ କୁମାର ପାଣିଗ୍ରାହୀ, ଶିକ୍ଷକ ନରେଶ ବ୍ରହ୍ମା,ଶଙ୍କର ନାରାୟଣ ସେଠୀଙ୍କ ତତ୍ତ୍ୱାବଧାନରେ ଜିଲ୍ଳା ସ୍ତରୀୟ ସୁରଭିରେ ଯୋଗ ଦେଇଥିବା ବେଳେ ସେଥିମଧ୍ୟରୁ ଉପରୋକ୍ତ ଚାରି ଛାତ୍ରୀ ପୁରସ୍କାର ହାସଲ କରି ବେଲଗୁଣ୍ଠା ବ୍ଳକ୍ ର ଗୌରବ ବଢାଇଛନ୍ତି I ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ସେମାନଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ସିଆରସିସି,ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ନାରାୟଣ ଜେନା, ଶିଶିର କୁମାର ସ୍ୱାଇଁ,ଶିକ୍ଷକ ଜଗନ୍ନାଥ ପାଇକ, ଅଧ୍ୟାପକ ତ୍ରିନାଥ ବେହେରାଙ୍କ ସମେତ ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ସଙ୍ଗୀତ ପ୍ରତିଯୋଗିତା ପାଇଁ ସ୍ମୃତି ସ୍ୱାଇଁଙ୍କର ସଫଳତା କାମନା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ