ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ , ୪୩ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର,( ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଳ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଓଡିଶା ରକ୍ତ ଭଣ୍ଡାର ଓ ଜିଲ୍ଲା ମୁଖ୍ୟ ଚିକିସ୍ରାଳୟ କର୍ମକର୍ତ୍ତାଙ୍କ ସହାୟତାରେ ସ୍ୱେଚ୍ଛାକୃତ ରକ୍ତଦାନ ବୁଧବାର ଦିନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ଦାନ ଶିବିର କୁ ଜିଲ୍ଳାପାଳ ରଂଜନ କୁମାର ଦାସ ଏହାକୁ ଊଦ୍ଘାଟନ କରିବା ସହ ରକ୍ତର ବିକଳ୍ପ କେବଳ ରକ୍ତ ହୋଇଥିବାରୁ ସ୍ୱେଚ୍ଚ୍ଥାକୃତ ରକ୍ତ ଦାନ କରି ଜୀବନ ରକ୍ଷାରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟରେ ଓ ଜିଲ୍ଳ୍ାରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ରକ୍ତ ଅଭାବରୁ ମଧ୍ୟ ଅନେକ ଜୀବନ ଅକାଳରେ ଚାଲିଯାଊଚ୍ଥି । ତେଣୁ ପ୍ରତ୍ୟେକ ରକ୍ତ ଦାନ ପାଇଁ ସ୍ୱେଚ୍ଚ୍ଥାକୃତ ଭାବେ ଆଗେଇ ଆସିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ରକ୍ତ ଦାନ ହିଁ ମହତ ଦାନ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଅନ୍ୟାନ୍ୟ ଜିଲ୍ଳ୍ା ସ୍ତରୀୟ ଅଧିକାରୀ, ସହକାରୀ ଜିଲ୍ଳ୍ାପାଳ, ଡେପୁଟୀ କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତିଙ୍କ ସମେତ ମୋଟ ୪୩ ଜଣ ରକ୍ତଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ନିଗମା ନନ୍ଦ ମାନଧାତା, ମଦନ ମୋହନ ପତି, ଅଶୋକ କୁମାର ମିଶ୍ର, ସଞ୍ଜୟ କୁମାର ମହାନ୍ତି, ରମେଶ କୁମାର ବୋଇତାଇ, ବିଷ୍ଣୁ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ