ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ ତରପଂରୁ ସଚେତନତା ରଥ
ଯାଜପୁର (ଓ୍ବାଇଏନ୍ଏସ୍) : ବିଶ୍ୱରେ ମହାମାରୀ କରୋନାର ମୁକାବିଲା ତଥା ଜନ ସଚେତନତା ନିମନ୍ତେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଥିବା ସ୍ଥଳେ ଯାଜପୁର ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ ତରପଂରୁ ଏକ ଭ୍ରାମ୍ୟମାଣ ସଚେତନତା ରଥର ପ୍ରସ୍ତୁତି କରାଯାଇଥିଲା । ଏହି ରଥ ଯାଜପୁର ଜିଲ୍ଳ୍ାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବ୍ୟାପକ ଜନ ସଚେତନତା ସୃଷ୍ଟି କରିଅଚ୍ଥି । ଏହି ଭ୍ରାମ୍ୟମାଣ ସଚେତନତା ରଥକୁ ଜିଲ୍ଳ୍ା ଜଜ୍ ତଥା ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର ପତାକା ଦେଖାଇ ଜିଲ୍ଳ୍ା ଜଜ୍ କୋର୍ଟ ପରିସରରୁ ଶୁଭାରମ୍ଭ କରିଥିଲେ । ଏହି ରଥର ବକ୍ଷ ଦେଶରେ କୋଭିଡ-୧୯ ମହାମାରୀରୁ କିପରି ନିଜକୁ ରକ୍ଷା କରାଯାଇପାରିବ ସେ ନେଇ ବିଭିନ୍ନ ପଦକ୍ଷେପ ସଂପର୍କୀତ ସୂଚନା ବହନ କରିଥିଲା । ଏହି ରଥର ଶୁଭାରମ୍ଭ ସମୟରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଜୀବନାନନ୍ଦ ପାଢୀ, ପ୍ରାଧିକରଣ ସଂପାଦିକା ଶ୍ରୀମତୀ ପୁନମ ଜେନା, ରେଜିଷ୍ଟ୍ରାର ପ୍ରଦ୍ୟୋମୟୀ ସୁଜାତା, ବରିଷ୍ଠ ଦେୱାନୀ ବିଚାରପତି ମିସ୍ ଚିନ୍ମୟୀ ବେହେରା, ଏସ୍.ଡି.ଜେ.ଏମ୍. ଶ୍ରୀମତୀ ସୁନନ୍ଦା ସାହୁ, କନିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ପ୍ରକାଶ, ଜେ.ଏମ୍.ଏପଂ.ସି. ମିସ୍ ତନ୍ୱୀ ରଥ, ମିସ୍ ଦୀପାରାଣୀ ଜେନା, ମିସ୍ ଜୁଏଲ ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜୀବିଙ୍କ ସହିତ କୋର୍ଟର କର୍ମଚାରୀମାନେ ଊପସ୍ଥିତ ଥିବା ସଂପାଦିକା, ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ, ଯାଜପୁରଙ୍କ ସୂତ୍ରରୁ ପ୍ରକାଶ ।