ଜିସାଟ୍‌-୧ ଉତ୍‌କ୍ଷେପଣ ସ୍ଥଗିତ

ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍‌ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍‌ ଜିସାଟ୍‌-୧ର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୫ ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଏହାକୁ ସ୍ଥଗିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ନୂତନ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ୨୨୬୮ କି.ଗ୍ରାର ଏହି ଉପଗ୍ରହଟି କୃଷି, ବନ୍ୟବିଭାଗ, ଖଣି, ବିପର୍ଯ୍ୟୟ ଚେତାବନୀ, ବରଫ ସ୍ତର ଏବଂ ସମୁଦ୍ରପତନ ନିର୍ଣ୍ଣୟରେ ବ୍ୟବହୃତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ