ଜିସ୍ ଓଡିଶା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗୋପବନ୍ଧୁ ଇଷ୍ଟିଟ୍ୟୁଟ ଅଫ୍ ସୋସିଆଲ ସର୍ଭିସେସ୍ ତରଫରୁ ସୋମବାର ବିଏମଭି ୨୦୨୨ – ୨୪ ଅତ୍ୟଧିକ ବୃଦ୍ଧିକୁ ସଠିକ୍ ମୁଲ୍ୟାୟନ କରାଯିବା ସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ବେଂଚ ମାର୍କ ସଠିକ୍ ମୁଲ୍ୟାୟନ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ୨୮ ଜାନୁଆରୀ ରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗଞ୍ଜାମ ଜିଲ୍ଲାରେ ୨୦୧୪-୧୬ ମସିହା ଠାରୁ ଆକାଶ ଛୁଆଁ ବିଏମଭି ଲାଗୁ କରାଯାଇଛି ଫଳରେ ଭୁବନେଶ୍ୱର ସହରରେ ଏକର ପ୍ରତି ମୁଲ୍ୟ ୨ କୋଟି ଲାଗୁ କରାଯାଇଥିବା ବେଳେ ବ୍ରହ୍ମପୁର ରେ ୧୬ କୋଟି ଲାଗୁ କରାଯାଇଛି । ଏହା ବିରୁଦ୍ଧରେ ପୁର୍ବରୁ ଗଞ୍ଜାମ ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଠାରେ ଡବ୍ଲୁ ପିସି ନମ୍ବର ୨୩୩୪୫/୨୦୧୪ ଦାୟାର କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ ବାରମ୍ବାର ବିଏମଭି ବୃଦ୍ଧି କରିଚାଲିଛନ୍ତି ବୋଲି ସେମାନେ ଏହି ଦାବି ଦାବି ପତ୍ର ରେ ଦର୍ଶାଇଛନ୍ତି । ଏହାର ସୁବିଚାର କରାଯାଇ ଆଗାମୀ ଦିନରେ ସଠିକ୍ ବିଏମଭି ଲାଗୁ କରାଯିବା ସକାଶେ ସେମାନେ ଏହି ଦାବି ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାରେ ବିନା ପ୍ରୋବେଟ୍ ରେ ୱିଲ ଗ୍ରହିତାଙ୍କୁ ପଟ୍ଟା ପ୍ରଦାନ ସକାଶେ ମାନ୍ୟବର ଜିଲ୍ଲା ବିଚାରପତି ଓ ଓଡିଶା ଉଚ୍ଚ ନ୍ୟାୟାଳୟର ଆଦେଶ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ/ ତହସିଲଦାର ମାନେ ଗୁରୁତ୍ୱ ଦେଉନଥିବାରୁ ଜିଲ୍ଲା ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ମଧ୍ୟ ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ସମସ୍ତ ତହସିଲଦାର ମାନଙ୍କୁ ବିନା ପ୍ରୋବେଟ୍ ରେ ୱିଲ ଗ୍ରହିତାଙ୍କୁ ପଟ୍ଟା ପ୍ରଦାନ ସକାଶେ ନିର୍ଦ୍ଦେଶ ଦେବା ସକାଶେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ ଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିସ୍ ଓଡିଶା ର ସଭାପତି ବିନୋଦ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ସତ୍ୟକାନ୍ତ ଶର୍ମା, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପଲାଇଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।


