ଜି ଆର ଏସ ଙ୍କ ଲଷ୍ମୀ ସାହୁଙ୍କ ଅକାଳ ବିୟୋଗ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତ ର ଜି ଆର ଏସ ଭାବେ କାର୍ଯ୍ୟରତ ଲକ୍ଷ୍ମୀ ଚରଣ ସାହୁ(୪୨) ଙ୍କ ଉଚ୍ଚରକ୍ତଚାପ ଯୋଗୁଁ ଚିକିତ୍ସିତ ଅବସ୍ଥାରେ ଅକାଳ ବିୟୋଗ ଘଟିଛି। ତାଙ୍କର ମରଶରୀର ଗଞ୍ଜାମ ବ୍ଲକରେ ପହଞ୍ଚିବା ମାତ୍ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଗଞ୍ଜାମ ବ୍ଲକର ଅରୁଣପୁର ଗ୍ରାମ ବାସିନ୍ଦା ଲକ୍ଷ୍ମୀଙ୍କ ଉଚ୍ଚ ରକ୍ତଚାପ ଯୋଗୁଁ ମସ୍ତିକ ହାମରେଜ ହେବାରୁ ପ୍ରଥମେ ବ୍ରହ୍ମପୁର ମେଡ଼ିକାଲ ପରେବିଶାଖାପାଟଣା ନିଆଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ଲକ୍ଷ୍ମୀ ଜଣେ ସରଳ, ମିଷ୍ଟାଭାଷୀ , କର୍ତ୍ତବ୍ୟନିଷ୍ଟ ଭାବେ ଜଣାଶୁଣା ଥିଲେ। ତାଙ୍କର ମର ଶରୀର ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଗୀତାଞ୍ଜଳୀ ବେହେରା,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା , ସମିତି ସଭ୍ୟ ମାମି ଦାସ, ସଙ୍ଘ କର୍ମକର୍ତ୍ତା ଅଶୋକ ତ୍ରିପାଠି, ଦଣ୍ଡପାଣିଦାସ, ଜିଲ୍ଲାସଙ୍ଘ ର ଶିଶିର ପଣ୍ଡା, ପ୍ରଭାତ , ବିକ୍ରମ ସାହୁ,ସୁଶାନ୍ତ କୁମାର ତରାଇ , ବନପ୍ରଧାନ, କୈଳାସ ମହାଙ୍ଗୁଡ଼, ଜ଼ୀପିଓ ଶ୍ରୀକାନ୍ତ ଗୌଡ଼, ବିପିଏମ ଜଳନ୍ଧର ମହାରଣା, ଏବିଡ଼ିଓ, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ,, କନିଷ୍ଟ ଯନ୍ତ୍ରୀ, ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି, ବ୍ଲକ କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଜିଆରଏସ ଙ୍କ ମର ଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ତାଙ୍କର ଅମର ଆତ୍ମର ସଦଗତି ନିମନ୍ତେ ବ୍ଲକ ପରିସରରେ ନିରବ ପ୍ରଥନା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ