ଜି.ଆର.ଏସ. ନିଯୁକ୍ତି ପାଇଁ ଜୁନ ୨୫ ତାରିଖ ସୁଦ୍ଧା ବାଲେଶ୍ୱର ଡି.ଆର.ଡି.ଏ. କାର୍ଯ୍ୟାଳୟରେ ଦାଖଲ କରିହେବ ଅଭିଯୋଗ
ବାଲେଶ୍ୱର (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ଜି.ଆର.ଏସ. ନିଯୁକ୍ତି ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତରଫରୁ ଗତ ଅକ୍ଟୋବର, ୨୦୧୯ ମସିହାରେ ଯୋଗ୍ୟ ପ୍ରାର୍ଥୀମାନଙ୍କ ଠାରୁ ଆହ୍ୱାନ କରାଯାଇଥିବା ଦରଖାସ୍ତଗୁଡିକର ଯାଂଚ ପ୍ରକ୍ରିୟା ଶେଷ ହୋଇଛି । ତ୍ରୁଟିପୂର୍ଣ୍ଣ ଦରଖାସ୍ତଗୁଡିକର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ୱେବସାଇଟ www.baleswar.nic.in ରେ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଏହି ୱେବସାଇଟରେ ପ୍ରକାଶିତ ତାଲିକା ଦେଖିପାରିବା ସହିତ ତ୍ରୁଟିପୂର୍ଣ୍ଣ ତାଲିକାରେ ସେମାନଙ୍କ ନାମ ଓ ତ୍ରୁଟିର କାରଣ ଜାଣିପାରିବେ । ଯଦି ପ୍ରାର୍ଥୀଙ୍କର ପ୍ରକାଶିତ ତାଲିକା ସଂକ୍ରାନ୍ତରେ କିଛି ଅଭିଯୋଗ ଥାଏ, ତାହା ହେଲେ ଜୁନ ୨୫ ତାରିଖ ସୁଦ୍ଧା ଯେ କୌଣସି ଅ‘ିସ କାର୍ଯ୍ୟ ଦିବସରେ ଦିନ ୧୦ ଟାରୁ ଅପରାହ୍ନ ୫ଟା ମଧ୍ୟରେ ସେମାନେ ତାଙ୍କର ଲିଖିତ ଅଭିଯୋଗପତ୍ର ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡି.ଆର.ଡି.ଏ. କାର୍ଯ୍ୟାଳୟରେ ଦାଖଲ କରିପାରିବେ । ନିର୍ଦ୍ଧାରିତ ସମୟସୀମା ପରେ କୌଣସି ଅଭିଯୋଗ ଗ୍ରହଣୀୟ ହେବ ନାହିଁ ।