ଜି.ଉଦୟଗିରିରେ ବୁଧବାର ଅଧ୍ୟକ୍ଷା ଉପ ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଉପ ନିର୍ବାଚନ ପ୍ରତ୍ୟକ୍ଷ ଭାବେ ବୁଧବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରିଷଦର ୧୩ ଗୋଟି ଓ୍ବାର୍ଡରେ ୩୮୧୧ ଜଣ ପୁରୁଷ ଭୋଟର,୪୩୪୧ ଜଣ ମହିଳା ଭୋଟର,୩ ଜଣ ତୃତୀୟଲିଙ୍ଗୀ ଭୋଟର ମୋଟ ୮୧୫୫ ଜଣ ଭୋଟଦାନରେ ଅଂଶଗ୍ରହଣ କରିବେ। ୧୩ ଗୋଟି ଓ୍ବାର୍ଡ ପାଇଁ ବିଭିନ୍ନ ସ୍ଥାନରେ ୧୩ଟି ବୁଥ କରାଯାଇଛି l ସେଥି ମଧ୍ୟରୁ ସରକାରୀ ୟୁ.ପି ସ୍କୁଲ,ପଦାସାହିରେ ୧ନଂ ଓ୍ବାର୍ଡ ଭୋଟର ଭୋଟଦାନ କରିବାକୁ ବ୍ୟବସ୍ଥା କରାଯାଇଥିବାବେଳେ,୨,୩,୯ ଓ ୧୦ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ସରକାରୀ ୟୁ.ପି ସ୍କୁଲ, ହାତିଶାଳ, ୪ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ ଶ୍ରୀରାମପଦା, ୫ନଂ ଓ୍ବାର୍ଡର ଭୋଟର ହାଟପଦା ପ୍ରାଥମିକ ବିଦ୍ୟାଳୟ, ୬,୭ ଓ ୮ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ହବାକ ଉଚ୍ଚ ବିଦ୍ୟାଳୟ,୧୧ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ବ୍ଳକ କଲୋନୀ ସରକାରୀ ବିଦ୍ୟାଳୟ,୧୨ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ,କନବାଗେରୀ ଏବଂ ୧୩ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ ରାବାନାଜୁ ଠାରେ ଭୋଟଦାନ ବ୍ୟବସ୍ଥା କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା ମିଳିଛି। ସେଥି ମଧ୍ୟରୁ ୯ ଗୋଟି ବୁଥ ଯଥା ୧,୨,୩,୪,୫,୯,୧୦,୧୨ ଓ ୧୩ନଂ ବୁଥ ଅତି ଉତ୍ତେଜନା ପ୍ରବଣ ବୁଥ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ