ଜି. ଉଦୟଗିରି ଉପନିର୍ବାଚନରେ ସ୍ଥିତି ବଜାୟ ରଖିଲା ବିଜେଡି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡରେ ଚାଲିଥିବା ଉପନିର୍ବାଚନରେ ବିଜେଡି ତାର ସ୍ଥିତି ବଜାୟ ରଖିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଉକ୍ତ ନିର୍ବାଚନରେ, ବିଜେଡିରୁ ସିଦ୍ଧେଶ୍ୱରି ନାୟକ ୬୫, ସ୍ୱାଧୀନ ପ୍ରାର୍ଥୀ ରାକ୍ଷେଲ ନାୟକ ୫୩, କଂଗ୍ରେସ ପ୍ରାର୍ଥୀ କୁଞ୍ଜ ବିହାରି ନାୟକ ୧୪ ଓ ବିଜେପି ପ୍ରାର୍ଥୀ ସୁଜାତା ନାୟକ ୧ଟି ଭୋଟ ପାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଠାରୁ ୧୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀନୀ ସିଦ୍ଧେଶ୍ୱରି ନାୟକ ବିଜୟୀ ହୋଇ ସ୍ଥିତି ବଜାୟ ରଖିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ