ଜି ଟି ହାଇସ୍କୁଲ ୧୯୯୯ ମସିହା ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ
ବେଲଗୁଣ୍ଠା-ବେଲଗୁଣ୍ଠାସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ପୁରାତନ ଦଶମ ଶ୍ରେଣୀ ଛାତ୍ର ମାନଙ୍କ ଦ୍ୱାରା ଗଠିତ କ୍ଳବ-୯୯ର ଏକ ବାର୍ଷିକ ବନ୍ଧୁ ମିଳନ ଓ ତୃତୀୟ ବାର୍ଷିକ ବୈଠକ ଭଞ୍ଜନଗର ବନବିହାରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୁରେଶ କୁମାର ସୁବୁଦ୍ଧି ଅତିଥି ଭାବେ ଯୋଗ ଦେଇଥିଲେ ।ବୈଠକରେ କ୍ଳବ-୯୯ ତରଫରୁ ଆସନ୍ତା ଜାନୁଆରୀ ମାସରେ ଏକ ରକ୍ତଦାନ ଶିବିର ଏବଂ ବେଲଗୁଣ୍ଠା ପୋଲିସ ସହଯୋଗରେ ଏକ ସଡକ ସୁରକ୍ଷା ସଚେତନତା କ।ର୍ୟ୍ୟକ୍ରମ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଆସନ୍ତା ଦିନରେ ସଂଘ ତରଫରୁ ବିଭିନ୍ନ ପ୍ରକାର ସମାଜ ସେବା ମୁଳକ କାର୍ୟ୍ୟ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା ।କ।ର୍ୟ୍ୟକ୍ରମରେ ୪୨ ଜଣ ପୁରାତନ ଛାତ୍ର ଯୋଗ ଦେଇଥିଲେ ।


