ଜି ଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନି
ବାଲେଶ୍ଵର, (ସରୋଜ ପଣ୍ଡା):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ରମାଗତ ଭାବେ ଠକି ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗ ରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଖଣି ପାଣି ଚିଟ ଫଣ୍ଡ ଦୁର୍ନୀତି ଠାରୁ ଆରମ୍ଭ କରିଶିକ୍ଷା ସ୍ୱାସ୍ଥ୍ୟ ସେବା, ନିଯୁକ୍ତି କ୍ଷେତ୍ରରେ ସରକାର ଲୋକଙ୍କୁ ସେବା ଦେବାରେ ବିଫଳ ହୋଇସାରିଛ ନ୍ତି। ତେ ଣୁ ଉଭୟ ସରକାର ଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଗାମୀ ଛବିଷ ତାରିଖ ସୋମବାର ଦିନ ଏଗାରଟା ସମୟ ରେ ଦଳ ର କର୍ମୀ ମାନେ ରାଜ୍ୟ ସଚିବାଳୟ ଘେରାଓ କରିବେ। ଏହି ପରିପ୍ରେକ୍ଷୀ ରେ ଶୁକ୍ରବାର ବାର ଅପରାହ୍ନ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ଏକ ଖବରଦାତା ସମ୍ମିଳନୀ ରେ ରାଜ୍ୟ ଓ କେନ୍ଦ୍ରୱା ସରକାରଙ୍କ ବିଫଳତା ସମ୍ପର୍କରେ ଉଲ୍ଲେଖ କରିବା ସହ ଏହି ଘେରାଓ ରେ ବାଲେଶ୍ୱର ଜିଲ୍ଲା ରୁ ମୋଟ ତିନି ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।ଏହି ଖବର ଦାତା ସମ୍ମିଳନୀ ରେ ଗଣ ମାଧ୍ୟମ ଓ ଯୋଗା ଯୋଗ ବିଭାଗ ଜିଲ୍ଲା ଅଧ୍ୟକ୍ଷ ବିକାଶ ଦାସ ଏବଂ ସାମାଜିକ ଗଣ ମାଧ୍ୟମ ର ଅଧ୍ୟକ୍ଷ ନବ ପ୍ରସାଦ ଭୂୟାଁ ଉପସ୍ଥିତ ରହି ଥିଲେ