ଜି-୨୦ ବୈଠକରେ ଯୋଗ ଦେବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

ଜାପାନରେ ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ଓସାକାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ମୋଦି ଏହି ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେ ମଧ୍ୟ ଅନ୍ୟ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରମୁଖ୍ୟଭାବେ ଏହା ହେବ ମୋଦିଙ୍କର ୬ଷ୍ଠ ଜି-୨୦ ସମ୍ମିଳନୀ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏହି ବୈଠକରେ ଭାରତର ସେର୍ପା ହେବେ । ଏ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ