ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ମୋଦି- ଟ୍ରମ୍ପ ଭେଟ , ୪ ଟି ପ୍ରସଙ୍ଗ ଉପରେ ଆଲୋଚନା

ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟରେ ଭେଟ ହୋଇ ଉଭୟ ଦୁଇ ଦେଶ ମଧ୍ୟରେ ୪ ଟି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଆଲୋଚନା ଗୁଡିକ ଇରାନ ୫ଜି , ଦ୍ୱିପାକ୍ଷିକ ଓ ପ୍ରତିରକ୍ଷା । ହୋଇଛି । ଟ୍ରମ୍ପଙ୍କ ଭାରତ ପ୍ରତି ଭଲପାଇବା ଥିବାରୁ ମୋଦି ତାଙ୍କ ପାଖରେ କୃତଞ୍ଚ ବୋଲି କହିଥିଲେ ।ସେହିପରି ଲୋକସଭା ନିର୍ବାଚନରେ ମୋଦି ବିଜୟ କରିଥିବା ବେଳେ ଟ୍ରମ୍ପ ଶୁଭେଚ୍ଛା ଜଣାଇଥô୍ଲେ ।ସେହିପରି ଆମେରିକା ଓ ଜାପାନ ଓ ଭାରତ ମଧ୍ୟରେ ତ୍ରିପାଖିକ ଆଲୋଚନା ହୋଇଛି । ଇଣ୍ଡୋ ଓ ପାସିଫିକ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତିନି ଦେଶକୁ କିପରି ଶାନ୍ତିଶୃଙ୍ଖଳା ସହ ଯୋଗା ଯୋଗ ରହିପାରିବ ସେ ବିସୟରେ ଆଲୋଚନା କିରଥିଲେ । ସେହିପରି ମୋଦି ସରକାର ଟ୍ରମ୍ପ ସହ ଆଲୋଚନା କରିଛନ୍ତି ଯେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ଆମେରିକା ଇରାନ ଉପରେ ପ୍ରତିବନ୍ଧକ ଲଗାଇଛି । ଆମେରିକାର ଏହି ରୋକ ଉପରେ ଭାରତ ପ୍ରଭାବିତ ହୋଇପାରେ ବୋଲି କହିଥିବାବେଳେ ଭାରତକୁ ଟ୍ରମ୍ପ କହିଛନ୍ତି ତୈଳ ଯୋଗାଣ କମ୍ ହେବାକୁ ଦିଆଯିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ