ଜି-୨୦ ସମ୍ମିଳନୀର ଆଜି ଶେଷଦିନ ପ୍ଲାଷ୍ଟିକ୍ ଆବର୍ଜନା ନେଇ ସଦସ୍ୟ ରାଷ୍ଟ୍ର ଗୁଡିକ ଚିନ୍ତା ପ୍ରକଟ କଲେ
ଜାପାନର ଓସାକାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଜାପନୀ ଦିବସ । ୧୪ତମ ଜି-୨୦ । ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତନକୁ ନେଇ ସମସ୍ତ ସଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି । ଆଗାମୀ ଯୁବପିଢୀ ଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭାହୋଇଛି । ୨୦୫୦ ସୁଦ୍ଧା ସମଗ୍ର ବିଶ୍ୱରେ ଥିବା ମହାସାଗର ଗୁଡିକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିବା ପାଇଁ ସଂକଳ୍ପ ପାରିତ ହୋଇଛି ।ଏହା ସହିତ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶ ମଧ୍ୟରେ ବାଣିଜିକ କାରବାର ଆଗକୁ ବଢାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । ତା ସହିତ ଓସାକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଢ଼ୁଥିବା ପତିଆରାର ଚିତ୍ର ସାମନାକୁ ଆସିଛି । ଦ୍ୱିତୀୟ ଦିନ ସମ୍ମିଳନୀରେ ଯୋଗ ଦେବାକୁ ଆସିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହାତ ମିଳାଇ ମୋଦିଙ୍କ ଅଭିନନ୍ଦନ ଜଣାଇଥିଲେ। ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା ଜଣାଯାଏ ।