ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦିଙ୍କୁ ଟ୍ରମ୍ପଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି। ଏନେଇ ଟ୍ରମ୍ପ ଟେଲିଫୋନ ଯୋଗେ ମୋଦିଙ୍କୁ ଆମନ୍ତ୍ରଣ କରିଥିବା ମୋଦିଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ପଷ୍ଟ ହୋଇଛି। ଜି-୭ ରାଷ୍ଟ୍ର ସମୂହକୁ ଜି-୧୦ କିମ୍ବା ଜି-୧୧ କରିବା ଲକ୍ଷ୍ୟ ରଖି ଟ୍ରମ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତ, ରୁଷିଆ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ପରି ରାଷ୍ଟ୍ରକୁ ଟ୍ରମ୍ପ୍ ସାମିଲ କରିବା ପାଇଁ ଆଗୁଆ ସୂଚନା ଦେଇଛନ୍ତି। ଟ୍ରମ୍ପ-ମୋଦି ଟେଲିଫୋନ ବାର୍ତ୍ତାଲାପ ବେଳେ ଅନ୍ୟ କିଛି ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଆମେରିକାରେ ଦେଖା ଦେଇଥିବା ହିଂସାକାଣ୍ଡ ନେଇ ମୋଦି ଆଲୋଚନା କରିବା ସହ କିପରି ଭାବେ ଏହା ଶୀଘ୍ର ସମାଧାନ ହୋଇପାରିବ, ଏଥିନେଇ ଶୁଭକାମନା ଜଣାଇଛନ୍ତି। କୋଭିଡ-୧୯ ମୁକାବିଲା, ଭାରତ-ଚୀନ ସୀମା ବିବାଦ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୂମିକା ସମ୍ପର୍କରେ ମଧ୍ୟ ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ