ଜୀଅନ୍ତା ଜଳିଗଲେ ମହିଳା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ମନୋଜ ପାଲଙ୍କ ପତ୍ନୀ ରାଧାରାଣୀ(୩୦) ଆଜି ଜୀଅନ୍ତା ଜଳିଯାଇଥିବା ଘଟଣା ଗାଁରେ ଆଲୋଡନ ସୃଷ୍ଟି କରିଛି। ମନୋଜ ସୁଦୂର କଲିକତାରେ ରହି କାମ କରୁଥିବା ବେଳେ ଘରେ କେବଳ ବୃଦ୍ଧା ମା ବୁଦ୍ଧିମତୀ ପାଲ ଓ ପତ୍ନୀ ରାଧାରାଣୀ ରହୁଥିଲେ। ଆଜି ସକାଳୁ ରାଧାରାଣୀ ଜୀଅନ୍ତା ଜଳିବା ଅବସ୍ଥାରେ ଚିତ୍କାର ଶୁଣି ଶାଶୁ ଏହାକୁ ଦେଖି ସାହି ପଡ଼ିଶାଙ୍କୁ ଡାକିଥିଲେ। ସଂଗେ ସଂଗେ ରାଧାରାଣୀଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ ସୁଦ୍ଧା ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖବର ପାଇ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।


