ଜୀବନଜୀବିକାରେ ପରିବର୍ତ୍ତନ ଆଣିଛି ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ପୋଖରୀ ଚାଷ

ଯୋଡ଼ା, (ସମୀର କୁମାର ଦାସ) : ଟାଟା ଷ୍ଟିଲ ଲିମିଟେଡ଼ର ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଲୋକମାନଙ୍କ ଚାଷ ପାଇଁ ବ୍ୟବହୃତ ହେଉଥିବା ପୋଖରୀ ଖୋଳି ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ପ୍ରଦାନ ଦିଗରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି । ଗତ ଗୋଟିଏ ବର୍ଷ ମଧ୍ୟରେ ଟିଏସ୍ଏଫ୍ ପକ୍ଷରୁ ୪୪ଟି ବ୍ୟକ୍ତିଗତ ଚାଷ ପୋଖରୀ ଖୋଳାଯିବା ଫଳରେ ଏହି ଖଣି ଅଞ୍ଚଳରେ ରହୁଥିବା ପରିବାର ଆର୍ଥିକ ରୂପେ ସଶକ୍ତ ହେବା ସହିତ ଏହା ସେମାନଙ୍କ ଜୀବନ ଧାରଣ ମାନର ସାମାଜିକ-ଅର୍ଥନୈତିକ ଦିଗରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି । ଉପରୋକ୍ତ ଜିଲ୍ଲାଗୁଡ଼ିକର ୫ଟି ଗ୍ରାମ ପଞ୍ଚାୟତର ୧୦ଟି ଗ୍ରାମରେ ପରିବ୍ୟାପ୍ତ ଏହି ପୋଖରୀଗୁଡ଼ିକୁ ବିଜ୍ଞାନ ସମ୍ମତ ଚାଷ ଆଧାରିତ ପ୍ରକଳ୍ପ ଏବଂ ପାରମ୍ପରିକ ଶସ୍ୟ ଚାଷ କରିବାରେ ବ୍ୟବହାର କରାଯାଉଛି । ବନ୍ଧୁବେଡ଼ା, ପଳସା ଖ, କୁନ୍ଦୁରୁପାଣି, ଜମୁନାପୋଷି, ଜଗନ୍ନାଥପୁର ଓ ବାଲିତା ଭଳି ଗ୍ରାମର ବାସିନ୍ଦାମାନେ ମକା, ହଳଦୀ ଓ ଅଦା ଭଳି ଲାଭଦାୟକ ଚାଷ କରିବାକୁ ଆଗେଇ ଆସିଛନ୍ତି । ତେବେ ବର୍ଷସାରା ଜଳର ସୁବିଧା ମିଳିବାରୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ମଧ୍ୟ ଶସ୍ୟ ଚାଷ ଓ ମତ୍ସ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ପଳସା ଗ୍ରାମର ସମବାରୀ ମୁଣ୍ଡା କହିଛନ୍ତି ଯେ, “ପୂର୍ବରୁ ଆମର ଜମି ପଡ଼ିଆ ହୋଇ ରହୁଥିଲା । କିନ୍ତୁ ଟିଏସ୍ଏଫ୍ ଟିମ୍ ଏଥିରେ ହସ୍ତକ୍ଷେପ କରିବା ସହିତ ଆମକୁ ସମନ୍ୱିତ ଚାଷ ପାଇଁ ପ୍ରୋତ୍ସାହିତ କରିଛି । ତେବେ ପ୍ରଥମ ବର୍ଷ ମୋର ମକା ଓ ହଦଳୀ ଚାଷ ଭଲ ହେବ ବୋଲି ମୋର ଆଶା ରହିଛି । ଜଗନ୍ନାଥପୁରର ଗ୍ରାମର ଜଣେ ବରିଷ୍ଠ ନାଗରିକ ଗିରିଧାରୀ ମାଝି କହିଛନ୍ତି ଯେ, “ପୋଖରି ଚାରିପଟେ ପାରମ୍ପରିକ ଓ ହାଇବ୍ରିଡ଼ ଧାନ ଚାଷ ବ୍ୟତୀତ ଆମେ ବ୍ୟବସାୟିକ ଭାବେ ପନିପରିବା ଚାଷ ମଧ୍ୟ ଆରମ୍ଭ କରିଛୁ । ପୋଖରୀ ଚାଷରେ ବତକ ତଥା ମାଛ ଚାଷ ବେଶ ଲାଭଦାୟକ ବୋଲି ମୁଁ ଦେଖିବାକୁ ପାଇଛି । ଏକ ଦୀର୍ଘସ୍ଥାୟୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପୋଖରୀ ଚାଷ ବ୍ୟବସ୍ଥା କରାଯାଇଥିବାବେଳେ ଏହାଦ୍ୱାରା ଖଣି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜଳ ସଂରକ୍ଷଣ, ଭୂତ୍ତଳ ଜଳ ରିଚାର୍ଜିଂ ଏବଂ କୃଷିକୁ ମଧ୍ୟ ପ୍ରେତ୍ସାହନ ଦିଆଯାଇପାରୁଛି । ଚଳିତ ବର୍ଷ ଟିଏସ୍ଏଫ୍ ପକ୍ଷରୁ ପଳସା ଖ ଏବଂ ପଳସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନା ସାହି ଗ୍ରାମରେ ୧୪୦ କେଜି ଉନ୍ନତମାନର ହଳଦୀ ଓ ଅଦା ବିହନ ବଣ୍ଟନ କରାଯାଇଛି । ଏହାସହିତ ଉତ୍ପାଦ ବିକ୍ରି ପାଇଁ ବଜାର ସଂଯୋଗୀକରଣର ଅଶ୍ୱାସନା ସେମାନଙ୍କ ମନବୋଳକୁ ବୃଦ୍ଧି କରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ