ଜୀବନଜ୍ୟୋତି ଆଶ୍ରମରେ ବଡ଼ଦିନର ମଜାନେଲେ ଶିଶୁମାନେ ସୁଖଧାମ ବୃଦ୍ଧାଶ୍ରମ ଓ କିପ୍ ସ୍ମାଇଲ୍ ପକ୍ଷରୁ ଶିଶୁଙ୍କ ବରାଦୀ ଦ୍ରବ୍ୟ ପ୍ରଦାନ
ଭୁବନେଶ୍ୱର,(ୱାଇଏନ୍ଏସ୍): ଶିଶୁ ନିଷ୍ପାପ ତଥା ନିର୍ଭରଶୀଳ । ତାଙ୍କ ମନରେ ଟିକେ ହସ ଦେଖିବା ପାଇଁ ଗତକାଲି ସୁଖଧାମ ବୃଦ୍ଧାଶ୍ରମ ଟ୍ରଷ୍ଟ ଓ କିପ୍ ସ୍ମାଇଲ ପକ୍ଷରୁ ମିଳିତ ଭାବରେ ଏକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଖଣ୍ଡଗିରିସ୍ଥିତ ଜୀବନଜ୍ୟୋତି ଆଶ୍ରମର ଶିଶୁ କିଶୋର ଅନ୍ତେବାସୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଶ୍ରମର କର୍ମକର୍ତ୍ତାମାନଙ୍କ ସହଯୋଗରେ ପୂର୍ବରୁ ଶିଶୁମାନେ ବରାଦ ଦେଇଥିବା ଡ୍ରେସ୍ ପିଲାମାନଙ୍କୁ ବଣ୍ଟନ କରାଯିବା ସହ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କିପ୍ ସ୍ମାଇଲ୍ ସଂଯୋଜିକା ଡ଼ି. ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସୁଖଧାମ ବୃଦ୍ଧାଶ୍ରମ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ଦେବଜାନୀ ରାୟ, ଖୁସୁବ ଶ୍ରେଷ୍ଠ, ବି.ଏସ୍. ସ୍ୱେତା, ଆଦିତ୍ୟ କୁମାର ପାଢୀ, ସୋନାଲି ରାଉତ, ମେଘା କର ଓ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ ।


