ଜୀବନବିନ୍ଦୁ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସଦର ମହକୁମାରେ ୧୦ୟୁନିଟ ରକ୍ତ ସଂଗ୍ରହ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଆସନ୍ତା ୧୭ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ “ଜୀବନ ବିନ୍ଦୁ” ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଆହ୍ୱାନରେ କେନ୍ଦ୍ରାପଡାରେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସାମାଜିକ ଦ୍‌ୁରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ୧୦ଜଣ ଲେଖାଁଏ ରକ୍ତଦାତା ଗତ ୧୫ ତାରିଖରୁ ରକ୍ତଦାନ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, କପାଳେଶ୍ୱର ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତି, ବିଜୟ କେତନ ମଣ୍ଡଳ, ସାହେବ ସାହିଲ ରାଉତଙ୍କ ସମେତ ରକ୍ତ ଭଣ୍ଡାର ଦାୟୀତ୍ୱରେ ଥିବା ଡା.ମାନସ କୁମାର ଜେନା, ସହଯୋଗୀ ରାକେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ