ଜୀବନବିନ୍ଦୁ କାର୍ଯ୍ୟକ୍ରମର ତୃତୀୟ ଦିବସରେ ୨୩ୟୁନିଟ ରକ୍ତ ସଂଗ୍ରହ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ “ଜୀବନ ବିନ୍ଦୁ” ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଆହ୍ୱାନରେ କେନ୍ଦ୍ରାପଡାରେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ତୃତୀୟ ଦିନ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସାମାଜିକ ଦ୍ୁରତ୍ୱକୁ ବଜାୟ ରଖି ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଗତ ୧୫ ତାରିଖ ପ୍ରଥମ ଦିବସରେ ୧୦ୟୁନିଟ ୧୬ତାରିଖରେ ୧୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, କପାଳେଶ୍ୱର ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତି,ଚିତ୍ତରଞ୍ଜନ ପୃଷ୍ଟି, କୈଳାସ ପ୍ରଧାନ, ଅଶୋକ ବରାଳ, ବଳଭଦ୍ର ପଣ୍ଡା, ସୁମନ୍ତ ପରିଡାଙ୍କ ସମେତ ରକ୍ତ ଭଣ୍ଡାର ଦାୟୀତ୍ୱରେ ଥିବା ଡା.ମାନସ କୁମାର ଜେନା, ସହଯୋଗୀ ରାକେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।