ଜୀବନରେ ଜଣେ ଜଣେ ଆଦର୍ଶ ନାଗରିକ ହୁଅ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭଲ ପାଠ ପଢ଼, ଭଲ ମଣିଷ ହୁଅ । ଜୀବନରେ ଜଣେ ଜଣେ ଆଦର୍ଶ ନାଗରିକ ହୁଅ । ଜଣେ ଉତ୍ତମ ବିଦ୍ୟାର୍ଥୀ ପାଇଁ ସଂସ୍କାର, ନମ୍ରତା, ଶାଳୀନତା ଓ ଶୃଙ୍ଖଳା ନିତ୍ୟାନ୍ତ ଜରୁରୀ । ସେମାନଙ୍କ ମଧ୍ୟରେ ଅସରନ୍ତି ଉତ୍ସାହ, ଉଦ୍ଦୀପନା ଓ ପ୍ରତିଭା ଭରି ରହିଛି । ସେହି ପ୍ରତିଭାକୁ ବିକଶିତ କରିବାରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ୮ମ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ସାମାଜିକ ଅନୁଷ୍ଠାନ ‘ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ’ ସହଯୋଗରେ ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ସମ୍ମାନିତ ଅତିଥି ରୂପେ ‘ଚିନ୍ମୟୀ ଫାଉଣ୍ଡେସନ୍‌’ ର ପ୍ରତିଷ୍ଠାତ୍ରୀ ସନ୍ତୋଷୀ ଜୈନ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଗୋପୀମୋହନ ପଟ୍ଟନାୟକ, ଶ୍ରୀପତି ଆଚାର୍ଯ୍ୟ, ତ୍ରିଲୋଚନ ବେଉରା, ‘ଆମ ପରିବାର ଚ୍ୟାରିଟେବୁଲ୍ ଟ୍ରଷ୍ଟ’ ର ସାଧାରଣ ସମ୍ପାଦକ ବିମଲ ଶତପଥି, ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.କେ. ଗାୟତ୍ରୀ, ବି.କେ. କବିତା ଭଉଣୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଉପସ୍ଥିତ ଅତିଥି ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ସୁବାସ ଓଝା ଓ ଗ୍ରାମବାସୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାର୍ଥୀମାନେ ନୃତ୍ୟ ମାଧ୍ୟମରେ ପ୍ରକୃତି ପ୍ରେମର ବାର୍ତ୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ