ଜୀବନର ବାସ୍ତବତା

ଆଗରୁ ଥିଲା ଝାଟିମାଟି ଘର । ଘରେ ଥିଲା ଗୋଟିଏ ବଖରା । ଶୋଇବାକୁ ଥିଲା ଯୋଡିଏ ଖଟ । ବସିବାକୁ ନଥିଲା ସୋଫା କମ୍ ବ୍ୟାଡ ବା ସୋଫା । ସମସ୍ତେ ତଳେ ବସାଉଠା କରିବା ସହିତ ଶାନ୍ତିରେ ବିଶ୍ରାମ ମଧ୍ୟ ନେଉଥିଲେ । ଖୋଲା ଅଗଣାରେ ଥିଲା ବଡ ବଡ ଗଛ । ସେଥିରେ ସବୁଦିନ କୁଆ, କୋଇଲି ଆସି ବସୁଥିଲେ । କୁଆ ରାବୁଥିଲେ ଘରକୁ ବନ୍ଧୁ – ବାନ୍ଧବ ଯିବା ଆସିବା ଲାଗି ରହୁଥିଲା । ଫଳରେ ସମ୍ପର୍କ ସୁଦୃଢ ହେଉଥିଲା । ଯାବତୀୟ ଶୁଭ କାର୍ଯ୍ୟରେ ସମସ୍ତେ ସାହାର୍ଯ୍ୟ କରୁଥିଲେ । ଘତତ ଦାଣ୍ଡ କବାଟ ସବୁବେଳେ ଖୋଲା ରହୁଥିଲା କିନ୍ତୁ କେବେବି ଚୋରର ଭୟ ନଥିଲା । ଦାଣ୍ଡରେ ଯାଉଥିବା ସମୟରେ ଲୋକମାନେ ଘଡିଏ ଘରେ ବସି ଯାଉଥିଲେ । ବାପାଙ୍କର ଥିଲା ସାଇକେଲଟିଏ . ଆଉ ହାତରେ ଥିଲା ହାତ ଘଣ୍ଟାଟିଏ । ଆମର ଥିଲା ୨-୩ ହଳ ଲୁଗାପଟା । ବୋଉ ସବୁଦିନେ ଗାଧୋଇ ଆସି ଦର୍ପଣ ଆଗରେ ବସି ସିନ୍ଦୁର ଲଗାଉଥିଲେ , ଯାହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଠିକ ଭାବରେ ହୋଇ ଶରୀର ସୁସ୍ଥ ରହୁଥିଲା । ଭଉଣୀମାନେ ମୁଣ୍ଡରେ ଚୁଟି ବାନ୍ଧୁଥିଲେ , ଫଳରେ ମସ୍ତିସ୍କର ସ୍ନାୟୁ ଗୁଡିକ କାର୍ଯକ୍ଷମ ହେବା ଦ୍ୱାରା ଚିନ୍ତା ଶକ୍ତି ସୁଦୃଢ ହେଉଥିଲା ଏବଂ ସେମାନେ କେବେ କ୍ରୋଧ ପ୍ରକଟ ନକରି ଶାନ୍ତ ରହୁଥିଲେ । ବାପା ବୋଉଙ୍କ ପରାମର୍ଶରେ ଆମେ ନମ୍ରତାର ସହିତ ହାତଯୋଡି ପ୍ରଣାମ କରୁଥିଲୁ , ଯାହାଦ୍ୱାରା ଦୁଇହାତ ଆଙ୍ଗୁଳିର ଚାପର ପ୍ରଭାବ ଆଖି, ନାକ, କାନ ଓ ମସ୍ତିଷ୍କ ଉପରେ ପଡିବା ହେତୁ ସେମାନେ ଆମ ମାନଓ ପଚରେ ସର୍ବଦା ରହିଯାଉଥିଲେ । କୌଣସି ଶୁଭକାର୍ଯରେ ବାହାରକୁ ଯିବା ସମୟରେ ବୋଉ ତିଳକ ଲଗେଇ ଦେଉଥିଲା , ଯାହାଦ୍ୱାରାକି ଆମ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେଉଥିଲା ଏବଂ ଦୁଇ ଆଖି ମଝିରେ ଆଜ୍ଞାଚକ୍ରରେ ତିଳକ ଲଗେଇବା ହେତୁ ଆମର ଏକାଗ୍ରତା ବଢିବା ସଙ୍ଗେ ସଙ୍ଗେ କପାଳର ସ୍ନାୟୁ ଗୁଡିକ ସତେଜ ହୋଇ ଶରୀରର କାର୍ଯ୍ୟ ଦକ୍ଷତା ବଢାଉଥିଲା । ଏହିପରି ଭାବରେ ଆମେ ଅତିବାହିତ କରୁଥିଲେ ଏକ ସୁନ୍ଦର ଜୀବନ ଏବଂ ପାଉଥିଲେ ସନ୍ତୋଷ । ବର୍ତ୍ତମାନ ଏସବୁ ଆମ ପାଇଁ ସ୍ୱପ୍ନ । କେବଳ ସଂପତ୍ତି ଓ ପଦବୀ ପଛରେ ଧାଉଁଚେ । କରିଚାଲିଛେ ଦୁର୍ନିତି , ଅନ୍ୟାୟ,ଅତ୍ୟାଚାର, ଯେପରିକି ଆମ ଇତିହାସର ସାଖୀ ନେପୋଲିୟନ, ଆଲେକଜାଣ୍ଡର, ଓ ହିଟଲର । ଆମେ ଭଲ ଭାବେ ଜାଣିଛେ ଏ ସଂସାର କାହାର ନୁହେଁ । ତଥାପି , ଚେତନା ହେଉନାହିଁ ଜାଗ୍ରତ । କେବେ ମୁର୍ଖ ମନୁଷ୍ୟ ବୁଝିବ ଯେ ଜୀବନର ଅନ୍ତିମ ଶଯ୍ୟାରେ କିଏ ଥିବ ତା ନିଜର ନା ସେ ଥିବ କାହାର । ଏହା ହିଁ ତ ପ୍ରକୃତ ଜୀବନର ବାସ୍ତବତା ।
ସରିତା ପଣ୍ଡା
ଫୋନ ନଂ- ୮୯୧୭୨୨୨୦୧୪ , ୯୭୭୮୩୯୫୫୨୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ