ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଦୁଇ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନା ଅର୍ନ୍ତଗତ ଜକିକିଆ ଠାରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିବା ବେଳେ ଦୁଇଜଣ ଙ୍କୁ ଗିରଫ କରିଛି ବନବିଭାଗ ସହ ଏସଟିଏଫ ଟିମ ।ଘଟଣାରୁ ପ୍ରକାଶ ଯେ ବାଲିଗୁଡା ବ୍ଲକ ଅନ୍ତ୍‌ର୍ଗତ ସୁଡ୍ରା ପଂଚାୟତର ସୋନୁବାଡିର ସିବାନନ୍ଦ ମଳିକ ଓ ବାରଖମା ପଂଚାୟତର ରାଷ୍ଟ୍ରଭୋଇ ଏହି ଦୁଇ ଜଣ ଗୋଟିଏ ବଜ୍ରକାପ୍ତା ଯାହାର ଓଜନ ୧୧କେଜି ଏହାକୁ ବିକ୍ରି କରିବାକୁ ମିଡିଆକିଆର ପଂଚାୟତ ଜକିକିଆ ଗ୍ରାମକୁ ଆସିଥିଲେ ।ଏହି ଖବର ବନ ବିଭାଗ ସହ ଏସଟିଏଫ ଟିମ ପାଇ ନିଜେ ବେପାରି ସ।।ଜି ନାଟକୀୟ ଢଙ୍ଗରେ ବଜ୍ରକାପ୍ତା କିଣିବାକୁ ଯାଇଥିଲେ । ଦୁଇଜଣ ବେପାରି ହୋଇ ବଜ୍ରକାପ୍ତା କିଣୁଥିବା ସମୟରେ ଚଢାଉ କରିବାକୁ ଯାଇଥିବା ପୁରା ଟିମ ଚଢାଉ କରିି ଦୁଇ ଜଣଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଦାର କରିଥିଲେ । ଗିରଫ ବ୍ୟକ୍ତିମାନଙ୍କୁ କେଶନମ୍ବର ଓଆର୨୮/୨୧,୨୨ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିବା ବାଲିଗୁଡା ରେଂଜ ଅଫିସର ଉଦିତ ପ୍ରଧାନ ସୁଚାନ ଦେଇଛନ୍ତିି ଓ ଏହା ଉପରେ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି । । ଏହି ଚଢାଉରେ ରେଂଜରଙ୍କ ସମେତ ଫଷ୍ଟ୍ରେ ,ଗାର୍ଡ ଓସ୍ନ୍ୟସମସ୍ତ କର୍ମଚାରୀ ନିୟୋଜିତ ଥିଲେ । କିଛିଦିନ ପୁର୍ବରୁ ଏକ ବଜ୍ରକାପ୍ତା ଓ ବାଘଛାଲ ସହ ତିନି ଜଣଙ୍କ ଗିରଫ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ